ଗିରଫ ପରେ ଆସାମ ଗଲେ ଅମୃତପାଲ୍ ସିଂହ
ମୋଗା: କିଛି ଦିନ ଲୁଚକାଳି ଖେଳ ଖେଳିବା ପରେ ପୋଲିସ ଗିରଫ କରିଛି ଖଲିସ୍ତାନ ସମର୍ଥକ ଅମୃତପାଲ ସିଂହକୁ । ପଂଜାବ ପୋଲିସକୁ ନାକେଦମ କରିସାରିଥିଲା ଅମୃତପାଲ । ପୋଲିସ ଗିରଫ କରିଥିବା କହୁଥିବା ବେଳେ ସେ କିନ୍ତୁ ଆତ୍ମସମର୍ପଣ କରିଥିବା କହିଛି । ପଂଜାବର ମୋଗା ପୁଲିସ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ଅମୃତପାଲ୍ ସିଂହଙ୍କୁ ଗିରଫ ପରେ ବିମାନ ଯୋଗେ ଆସମର ଡିବ୍ରୁଗଡ଼ ସେଣ୍ଟ୍ରାଲ୍ ଜେଲ୍କୁ ପଠାଇଦେଇଛି ବୋଲି ପଞ୍ଜାବ ‘ଆଇଜିପି’ ସୁଖଚୈନ୍ ସିଂହ ଗିଲ୍ କହିଛନ୍ତି। ପଂଜାବରେ ହିଂସାସୃଷ୍ଟି ହେବାର ସଂଭାବନା ଥିବାରୁ ତାକୁ ଆସାମ ପଠାଯାଇଛି । ଅମୃତପାଲର ଘନିଷ୍ଠ ସହଯୋଗୀ ପାପାଲ୍ପ୍ରୀତ୍ ସିଂହଙ୍କ ସମେତ ଆଉ ୮ଜଣ ସହଯୋଗୀ ଉକ୍ତ ହାଇ-ସିକ୍ୟୁରିଟି ଜେଲ୍ରେ କଏଦୀ ଭାବେ ଅଛନ୍ତି। ଏନଆଇଏ ତାକୁ ଜେରା କରିବାର ସଂଭାବନା ରହିଛି ।
#WATCH | Punjab: Waris Punjab De's #AmritpalSingh brought to Air Force Station, Bathinda by Punjab Police. He was arrested from Moga earlier this morning. pic.twitter.com/mbjziJEb3N
— ANI (@ANI) April 23, 2023