ଉତ୍ତରକାଶୀ ସୁଡ଼ଙ୍ଗ ଭିତରୁ ବାହାରିଲେ ଶ୍ରମିକ

ଉତ୍ତରାଖଣ୍ଡ ଉତ୍ତରକାଶୀର ସିଲକ୍ୟାରା ସୁଡଙ୍ଗରୁ ୫ ଜଣ ଓଡ଼ିଆ ଶ୍ରମିକଙ୍କ ସମେତ ୪୧ ଜଣ ଉଦ୍ଧାର ହୋଇଛନ୍ତି। ଦୁର୍ଗମ ଅଞ୍ଚଳର ପାହାଡ଼ର ଛାତି ଚିରି ସୁଡ଼ଙ୍ଗ ଭିତରୁ ଏନ୍‌ଡିଆରଏଫ, ଏସ୍‌ଡିଆରଏଫ୍‌, ସେନାର କର୍ମଚାରୀମାନେ ଗତ ୧୨ ତାରିଖ ଠାରୁ ଏହି ସୁଡ଼ଙ୍ଗ ଭିତରେ ଫସିରହିଥିବା ଶ୍ରମିକମାନଙ୍କୁ ଆଜି ରାତିରେ ୧୭ ଦିନ ପରେ ଉଦ୍ଧାର କରିଛନ୍ତି। ଓଡ଼ିଶାର ୫ ଜଣ ଶ୍ରମିକ ସୁଡ଼ଙ୍ଗ ଭିତରୁ ଉଦ୍ଧାର ହେବା ପରେ ଉତ୍ସବର ମାହୋଲ ଦେଖାଯାଇଛ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ସାନକୃଷ୍ଣପୁର, ନବରଂଗପୁର ଜିଲ୍ଲା ଡାବୁଗାଁ ଅଧୀନ ତାଲବେଡ଼ା, ମୟୂରଭଂଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ କୁଳଡିହା,  ବାଙ୍ଗିରିପୋଷୀ ଥାନା ଚନ୍ଦନପୁର ପଞ୍ଚାୟତ ଅନ୍ତର୍ଗତ ଯୋଗୀବନ୍ଧ ଓ ବେଢ଼ାକୁଦର ଗାଁରେ ଲୋକେ ଅଧିକ ଉତ୍ସାହିତ ହୋଇଛନ୍ତି। ସାନକୃଷ୍ଣପୁର ଗାଁର ତପନ ମଣ୍ଡଳଙ୍କ ପରିବାର ଖୁସିରେ ମିଠା ବାଣ୍ଟିଛନ୍ତି। ସେହିପରି ରାଇରଂଗପୁରରେ ଲୋକେ ଦୀପାବଳି ଭଳି ବାଣ ଫୁଟାଇଛନ୍ତି। ଶ୍ରମିକଙ୍କ ପରିବାର ଓ ଆତ୍ମୀୟ ସ୍ବଜନ ଅଧିକ ଖୁସି ଦେଖାଯାଇଛନ୍ତି।