ସ୍ୱାଧୀନତା ଦିବସ ପୂର୍ବରୁ ଜମ୍ମୁ-କାଶ୍ମୀରରେ ଉରି ଭଳି ଆକ୍ରମଣ ପଣ୍ଡ ହୋଇଛି

ଉରି ଭଳି ଆକ୍ରମଣ ଉଦ୍ୟମ ପଣ୍ଡ କରିଛି ଭାରତୀୟ ସେନା । ସ୍ୱାଧୀନତା ଦିବସ ପୂର୍ବରୁ ଜମ୍ମୁ-କାଶ୍ମୀରର ପର୍ଗଲରେ ଉରି ଭଳି ଆକ୍ରମଣ ପଣ୍ଡ ହୋଇଛି । ଏଠିକାର ସେନା କ୍ୟାମ୍ପରେ ଆତଙ୍କବାଦୀ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବାବେଳେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଉଗ୍ର ଗୁଳିବିନିମୟ ହୋଇ ୨ ଆତଙ୍କବାଦୀ ନିପାତ ହୋଇଛନ୍ତି ।ରାଜୌର ଠାରୁ ପର୍ଗଲ ସେନା କ୍ୟାମ୍ପ ୨୫କିଲୋମିଟର ଦୂର । ୧୧ ରାଷ୍ଟ୍ରୀୟ ରାଇଫଲ୍ସଠାରୁ ମିଳିଥିବା ସୂଚନା ମୁତାବକ, ଆର୍ମି କ୍ୟାମ୍ପ ମଧ୍ୟରେ ଆତଙ୍କବାଦୀମାନେ ଆତ୍ମଘାତୀ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ ।ହେଲେ ସେନାର ପାଲଟା ଆକ୍ରମଣରେ ୨ ଆତଙ୍କବାଦୀ ନିପାତ ହୋଇଛନ୍ତି । ଏହି ଘଟଣାରେ ସେନାର ୩ ଯବାନ ମଧ୍ୟ ସହିଦ ହୋଇଛନ୍ତି । ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି ।