ସେପ୍ଟେମ୍ବର ୨ତାରିଖରେ ଭାରତ ଆରମ୍ଭ କରିବ ସୂର୍ଯ୍ୟ ମିଶନ

ସେପ୍ଟେମ୍ବର ୨ତାରିଖରେ ଭାରତ ଆରମ୍ଭ କରିବ ସୂର୍ଯ୍ୟ ମିଶନ । ସୌରକ୍ଷେତ୍ର ଉପରେ ତଥ୍ୟ ହାସଲ କରିବାକୁ ସ୍ପେସ ମେସିନ ପଠାଇବ ଇସ୍ରୋ । ସୂର୍ଯ୍ୟ-ପୃଥିବୀର ଲାଗରେଞ୍ଜ ପଏଣ୍ଟ-୧ ଚାରିପାଖରେ ଅର୍ଥାତ ପୃଥିବୀଠାରୁ ପ୍ରାୟ ୧୫ ଲକ୍ଷ କିଲୋମିଟର ଦୂରରେ ହାଲୋ ଅରବିଟରେ ଅବସ୍ଥାପିତ ହେବ ଆଦିତ୍ୟ-L1 । ଏଲ ଓ୍ବାନ ପଏଣ୍ଟରେ ପହଞ୍ଚିବା ଲାଗି ଆଦିତ୍ୟ ଏଲ ଓ୍ବାନକୁ ଲାଗିବ ପ୍ରାୟ ୪ ମାସ ।

ବିଭିନ୍ନ ଗବେଷଣା ଲାଗି ଆଦିତ୍ୟ L1 ସହ ପଠାଯିବ ୭ଟି ପେ-ଲୋଡ । ସେମାନେ ଅଲଗା ଅଲଗା ୱେଭ ବ୍ୟାଣ୍ଡରେ ଫୋଟୋ ସ୍ପେୟର, କ୍ରୋମୋ ସ୍ପେୟର ଏବଂ ସୂ୍ର୍ଯ୍ୟର ସବୁଠାରୁ ବାହାର ସ୍ତର କରୋନାର ପର୍ଯ୍ୟବେକ୍ଷଣ କରିବାରେ ସାହାଯ୍ୟ କରିବ । ଆଦିତ୍ୟ ଏଲ-୧ ସମ୍ପୂର୍ଣ ସ୍ୱଦେଶୀ ମିଶନ ବୋଲି ଇସ୍ରୋର ପକ୍ଷରୁ କୁହାଯାଇଛି । ବେଙ୍ଗାଲୁରୁର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଏଷ୍ଟ୍ରୋ ଫିଜିକ୍ସର ଗୁରୁତ୍ୱପୂ୍ର୍ଣ୍ଣ ଭୂମିକା ରହିଛି ।  ସାଟେଲାଇଟର ଓଜନ ୧୫ ଶହ କେଜି ହୋଇଥିବାବେଳେ ଏହାକୁ ଶ୍ରୀହରିକୋଟାରୁ ପିଏସଏଲଭି ଜରିଆରେ ଉତକ୍ଷେପଣ କରାଯିବ ।