ଟ୍ରାକ ସଜାଡ଼ୁଥିଲେ, ଟ୍ରେନ ଧକ୍କାରେ ଚାଲିଗଲା ୩ ଜୀବନ
ଟ୍ରାକ ସଜାଡ଼ୁଥିବା ବେଳେ ଟ୍ରେନ ଧକ୍କାରେ ଚାଲିଗଲା ୩ ଜୀବନ । ୩ରେଳ କର୍ମଚାରୀଙ୍କ ଉପରେ ମାଡିଗଲା ଲୋକାଲ ଟ୍ରେନ। ମୁମ୍ୱାଇରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା। ଟ୍ରାକରେ କାମ ଚାଲିଥିବା ବେଳେ ସେମାନେ ସେଠାରେ ଉପସ୍ଥିତ ଥିଲେ। ହଠାତ ଟ୍ରେନଟି ମାଡି ଯାଇଥିଲା। ମୃତ କର୍ମଚାରୀ ଭାୟାଣ୍ଡର ମୁଖ୍ୟ ସିଗନାଲିଂ ଇନ୍ସପେକ୍ଟର ବାସୁ ମିତ୍ର, ଇଲେକଟ୍ରିକାଲ ସିଗନାଲିଂ ମେଣ୍ଟେନର ସୋମନାଥ ଉତ୍ତମ ଲମ୍ବୁଟ୍ରେ ଓ ହେଲପର ସଚିନ୍ ୱାନଖଡେ। ଏନେଇ ପଶ୍ଚିମ ରେଳବାଇ ପକ୍ଷରୁ ସୂଚନା ମିଳିଛି । ସମସ୍ତେ ମୁମ୍ବାଇ ଡିଭିଜନ ସିଗନାଲ୍ ବିଭାଗରେ କାର୍ଯ୍ୟରତ ଥିଲେ। ପଶ୍ଚିମ ରେଳବାଇ ଏକ ବିବୃତ୍ତିରେ କହିଛି, “ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସିଗନାଲ୍ ପଏଣ୍ଟରେ ସମସ୍ୟା ଦେଖାଦେଇଥିଲା। ସେଠାରେ ସମସ୍ୟାର ଅନୁଧ୍ୟାନ କରିବାକୁ ଯାଇଥିଲେ ୩କର୍ମଚାରୀ। ହଠାତ ୪୯/୧୮କିଲୋମିଟରରେ ୟୁପି ଡାଉନ ଲାଇନରେ ଭାସାଇ ରୋଡ୍ ଏବଂ ନାଇଗାଓନ୍ ମଧ୍ୟରେ ଯାଉଥିବା ଏକ ଲୋକାଲ ଟ୍ରେନ୍ ସେମାନଙ୍କ ଉପକରେ ମାଡି ଯାଇଥିଲା। ଗତକାଲି ରାତି ପ୍ରାୟ ୯ଟା ୫୫ରେ ସମସ୍ତଙ୍କର ମୃତ୍ୟୁ ହୋଇଥିଲା।