ଇଣ୍ଡିଆ ମେଣ୍ଟ ଝାଡ଼ଖଣ୍ଡରେ ଗାଦିଚ୍ୟୁତ ହେବ !

ଝାଡ଼ଖଣ୍ଡରେ  ବିଜେପି ନେତୃତ୍ୱାଧୀନ ଏନଡିଏ କ୍ଷମତାକୁ ଫେରିବ। ଅଧିକାଂଶ ଏକଜିଟ ପୋଲ ବିଜେପି ସରକାର ଗଠନ କରିବ ବୋଲି କହିଛନ୍ତି । ଇଣ୍ଡିଆ ମେଂଟ ଏଠି ଫେଲ ମାରିବ । ହେମନ୍ତଙ୍କ ସରକାର ଗାଦିଚ୍ୟୁତ ହେବ ବୋଲି ଅଧିକାଂଶ ଏକଜିଟ ପୋଲ ଦାବି କରିଛି ।

ଟାଇମ୍ସ ନାଓଁ-ଜେଭିସି ପକ୍ଷରୁ ହୋଇଥିବା ସର୍ଭେରେ ବିଜେପି ମେଣ୍ଟ ୪୦ରୁ ୪୪, ଇଣ୍ତିଆ ୩୦ରୁ ୪୦ ଓ ଅନ୍ୟାନ୍ୟ ଦଳ ୧ରୁ ୨ଟି ଆସନ ଜିତି ପାରନ୍ତି ବୋଲି କୁହାଯାଇଛି।

ଦୈନିକ ଭାସ୍କର କହିଛି ଯେ ବିଜେପି ମେଣ୍ଟ ୩୭ରୁ ୪୦ଟି, ଇଣ୍ତିଆ ୩୬ରୁ ୩୯ ଓ ଅନ୍ୟାନ୍ୟ ଦଳ ଶୂନରୁ ୨ଟି ଆସନ ପାଇବେ।

ପିଏମଆରକ୍ୟୁ ଏକଜିଟ ପୋଲରେ ଆକଳନ କରିଛି ଯେ ବିଜେପି ମେଣ୍ଟ ୩୧ରୁ ୪୦, ଇଣ୍ଡିଆ ୩୭ରୁ ୪୭ ଓ ଅନ୍ୟାନ୍ୟ ଦଳ ୧ରୁ ୬ଟି ଆସନ ପାଇବେ।

ଚାଣକ୍ୟ କହିଛି ଯେ ବିଜେପି ମେଣ୍ଟ ୪୫ରୁ ୫୦, ଇଣ୍ଡିଆ ୩୫ରୁ ୩୮ ଓ ଅନ୍ୟାନ୍ୟ ଦଳ ୩ରୁ ୫ଟି ଆସନ ଜିତିବେ।

ଇଲେକ୍ଟୋରାଲ ଏଡଜ କହିଛି ବିଜେପି ମେଣ୍ଟ ୩୨, ଇଣ୍ଡିଆ ୪୨ ଓ ଅନ୍ୟାନ୍ୟ ଦଳ ୭ଟି ଆସନ ପାଇବେ।

କିନ୍ତୁ ଆକ୍ସିସ ମାଇଁ ଇଣ୍ଡିଆ ଭିନ୍ନ କଥା କହିଛି। ଏହି ସଂସ୍ଥା କହିଛି ଯେ ଝାରଖଣ୍ଡରେ ଇଣ୍ଡିଆ ମେଣ୍ଟର ବଡ଼ ବିଜୟ ହେବ। ରାଜ୍ୟରେ ଇଣ୍ଡିଆ ମେଣ୍ଟ ୫୩ଟି ଆସନ ଜିତିବାକୁ ଯାଉଥିବା ବେଳେ ବିଜେପି ମେଣ୍ଟ ୨୫ ଓ ଅନ୍ୟାନ୍ୟ ଦଳ ଖାତାକୁ ୩ଟି ଆସନ ଯିବ।

ମାଟ୍ରିଜ କହିଛି ଯେ ବିଜେପି ମେଣ୍ଟ ୪୨ରୁ ୪୭, ଇଣ୍ଡିଆ ୨୫ରୁ ୩୦ ଓ ଅନ୍ୟାନ୍ୟ ଦଳ ୧ରୁ ୪ଟି ଆସନ ପାଇବେ।

ପିପୁଲ୍ସ ପ୍ଲସର ଆକଳନ କହୁଛି, ବିଜେପି ମେଣ୍ଟ ୪୪ରୁ ୫୩, ଇଣ୍ଡିଆ ୨୫ରୁ ୩୭ ଓ ଅନ୍ୟାନ୍ୟ ଦଳ ୫ରୁ ୯ ଆସନ ଜିତିବେ।