୧୨୦୦ ଭାରତୀୟ ଇସ୍ରାଏଲରୁ ଫେରିଲେଣି

ନୂଆଦିଲ୍ଲୀ: ଭାରତ ସରକାର ଯୁଦ୍ଧଗ୍ରସ୍ତ ଇସ୍ରାଏଲରୁ ୧୨୦୦ ଭାରତୀୟଙ୍କୁ ଫେରାଇ ଆଣିଲେଣି। ୫ଟି ବିମାନରେ ୧୨୦୦ ଭାରତୀୟ ଇସ୍ରାଏଲରୁ ସ୍ବଦେଶକୁ ଫେରିଛନ୍ତି। ସେମାନଙ୍କ ମଧ୍ୟରେ ୧୮ ଜଣ ନେପାଳ ନାଗରିକ ମଧ୍ୟ ଅଛନ୍ତି। ବିଦେଶ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗ୍‌ଚି ଏହି ସୂଚନା ଦେଇଛନ୍ତି। ତେବେ ଗାଜାରେ ଏବେ ୪ ଜଣ ଭାରତୀୟ ଅଛନ୍ତି। ସେମାନଙ୍କୁ ଫେରାଇ ଆଣିବାପାଇଁ ପରିସ୍ଥିତି ଏବେ ଅନୁକୂଳ ନାହିଁ। ଗାଜାରୁ ନାଗରିକଙ୍କୁ ଖାଲି କରିବା ଖୁବ୍‌ କଷ୍ଟଦାୟକ। କିନ୍ତୁ ଯେବେ ବି ସୁଯୋଗ ମିଳିବ ତୁରନ୍ତ ସେମାନଙ୍କୁ ସେଠାରୁ ଅଣାଯିବ ‌ବୋଲି ଏମ୍‌ଇଏ ମୁଖପାତ୍ର ବାଗ୍‌ଚି କହିଛନ୍ତି।