ଆଜି ବେଙ୍ଗାଲୁରୁରେ ଅନୁଷ୍ଠିତ ହୋଇଥିବା ମେଗା ବିରୋଧୀ ବୈଠକରେ ଦଳର ନୂତନ ନାମ ସ୍ଥିର ହୋଇଛି। ୨୦ରୁ ଅଧିକ ଦଳ ଯୋଗ ଦେଇଥିବା ଏହି ବୈଠକରେ ୟୁପିଏର ନୂଆ ନାମ ‘ଇଣ୍ଡିଆ’ ହୋଇଛି। ନୂଆ ନାମକରଣ ସଂପର୍କରେ କଂଗ୍ରେସ ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ କହିଥିଲେ ଯେ ‘ଦଳ କେବଳ ଏହି ଗୋଟାଏ ପ୍ରସଙ୍ଗରେ ନିଷ୍ପତ୍ତି ନେଉନାହାଁନ୍ତି। ବୈଠକରେ ଏକ ସାମୂହିକ ନିଷ୍ପତ୍ତି ନିଆଯିବ।’
ଭେନୁଗୋପାଲ କହିଛନ୍ତି ‘ଆମେ ସବୁ ପ୍ରକାରର ନିଷ୍ପତ୍ତି ନେବୁ। କେଉଁ ବିଷୟ ଉପରେ ଆଲୋଚନା ହେବାକୁ ଯାଉଛି ତାହା ମୁଁ ବର୍ତ୍ତମାନ କହିପାରିବି ନାହିଁ। କଂଗ୍ରେସ ଏକୁଟିଆ ନିଷ୍ପତ୍ତି ନେଉନାହିଁ। ସମସ୍ତ ବିରୋଧୀ ଦଳ ଏକାଠି ବସି ଏକତ୍ର ନିଷ୍ପତ୍ତି ନେବେ।’ଏଣିକି ଇଣ୍ଡିଆନ୍ ନେସ୍ନାଲ୍ ଡେମୋକ୍ରାଟିକ ଇନ୍କ୍ଲୁସିଭ୍ ଆଲିଆନ୍ସ (ଇଣ୍ଡିଆ) ନାମରେ ଏହି ମେଣ୍ଟ ଦଳକୁ ଜଣାଯିବ।କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ୨୦୦୪ ମସିହାରୁ ୨୦୧୪ ମସିହା ପର୍ଯ୍ୟନ୍ତ ଦୁଇ ଥର କେନ୍ଦ୍ରରେ କ୍ଷମତାରେ ଥିଲା। ଏହାର ଅଧ୍ୟକ୍ଷା ଥିଲେ କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ।
#WATCH | "NDA, can you challenge I.N.D.I.A?," asks TMC leader and West Bengal CM Mamata Banerjee in Bengaluru.
The Opposition alliance for 2024 polls is called Indian National Developmental Inclusive Alliance – I.N.D.I.A. pic.twitter.com/0buyBVste5
— ANI (@ANI) July 18, 2023