୫୭ ଆସନ ପାଇଁ ଜେଡିୟୁର ପ୍ରାର୍ଥୀ ଘୋଷଣା

ପ୍ରଥମ ପର୍ଯ୍ୟାୟରେ ଦଳ ୫୭ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଏହି ଲିଷ୍ଟରେ କୌଣସି ମୁସଲିମ ଚେହେରାଙ୍କ ନାମ ନାହିଁ । ଏନଡିଏ ଗଠବନ୍ଧନରେ ଜେଡିୟୁକୁ ୧୦୧ଟି ସିଟ୍ ମିଳିଛି । ତେଣୁ ଦଳ ଆଗାମୀ ଦିନରେ ଅବଶିଷ୍ଟ ଆସନରେର ପ୍ରାର୍ଥୀ ଘୋଷଣା କରିବ । ପ୍ରାର୍ଥୀଙ୍କ ନାମ ଉପରେ ଅନ୍ତିମ ମୋହର ମାରିଛନ୍ତି ନୀତିଶ କୁମାର । ନାମାଙ୍କର ଦାଖଲ କରି ସାରିଥିବା କିଛି ନେତାଙ୍କ ନାମ ଏହି ଲିଷ୍ଟରେ ରହିଛି । ଜେଡିୟୁ ତରଫରୁ ଜାରି କରାଯାଇଥିବା ଲିଷ୍ଟରେ ଜାତିଗତ ସମୀକରଣକୁ ଫୋକସ୍ କରାଯାଇଛି ।

୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭା ନିର୍ବାଚନରେ ଉଭୟ ବିଜେପି ଓ ଜେଡିୟୁ ୧୦୧ ଲେଖାଏଁ ଆସନରେ ଲଢ଼ିବେ। ଚିରାଗ ପାଶୱାନଙ୍କ ଲୋକ ଜନଶକ୍ତି ପାର୍ଟି- ରାମବିଳାସ ୨୯ ଆସନରେ ଲଢ଼ିବ। ଉପେନ୍ଦ୍ର କୁଶୱାହାଙ୍କ ରାଷ୍ଟ୍ରୀୟ ଲୋକମୋର୍ଚ୍ଚା ଓ ଜିତନ ରାମ ମାଞ୍ଝୀଙ୍କ ହିନ୍ଦୁସ୍ତାନ ଆୱାମୀ ମୋର୍ଚ୍ଚା ଉଭୟ ୬ଟି ଲେଖାଏ ଆସନରେ ପ୍ରାର୍ଥୀ ଦେବେ।

ସମସ୍ତ ଅଂଶୀଦାର ଦଳଙ୍କ ସହ ଆଲୋଚନା ପରେ ଆସନ ବୁଝାମଣା ହୋଇଥିବା ଏକ୍ସରେ ପୋଷ୍ଟ କରିଛନ୍ତି ବିହାର ବିଜେପି ନିର୍ବାଚନ ପ୍ରଭାରୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସିଟ ବଣ୍ଟନ ପରେ ବିହାର ଏନଡିଏ ରାଜନୀତିରେ ବଡ଼ଭାଇପଣିଆ ଶେଷ ହୋଇଛି। ଉଭୟ ବିଜେପି ଓ ଜେଡିୟୁ ସମାନ ୧୦୧ ଆସନ ଲଢିବାକୁ ଯାଉଛନ୍ତି।ଏଥର ଦୁଇ ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ। ନଭେମ୍ବର ୬ ଓ ୧୧ ତାରିଖରେ ହେବ ମତଦାନ। ନଭେମ୍ବର ୧୪ରେ ଭୋଟ ଗଣତି ଓ ଫଳାଫଳ ପ୍ରକାଶ ପାଇବ।

Leave a comment