ସୁରକ୍ଷାବାହିନୀକୁ ବଡ ସଫଳତା
ସୁରକ୍ଷାବାହିନୀଙ୍କ ଗୁଳିମାଡରେ ଟଳିପଡିଲେ ନକ୍ସଲ । ତେଲେଙ୍ଗାନା ଭଦ୍ରାଦି କୋଥାଗୁଡେମ ଜିଲ୍ଲାରେ ନକ୍ସଲ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ବେଳେ 6ଜଣ ନକ୍ସଲ ଟଳିପଡିଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟେ ଦୁଇଜଣ ସୁରକ୍ଷାକର୍ମୀ ମଧ୍ୟ ଆହତ ହୋଇଥିବା ବେଳେ ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଜଣେ ସୁରକ୍ଷାକର୍ମୀଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଥିବା ନେଇ ପୋଲିସ ପକ୍ଷରୁ କୁହାଯାଇଛି । ଆଜି ସକାଳ ସମୟରେ ଆରମ୍ଭ ହୋଇଥିଲା ଏହି ଏନକାଉଣ୍ଟର । ଏନେଇ ତେଲେଙ୍ଗାନା ଭଦ୍ରାଦି କୋଥାଗୁଡେମ ଜିଲ୍ଲା ସୁପରିଟେଣ୍ଡେଣ୍ଟ ରୋହିତ ରାଜ କହିଛନ୍ତି, “ଆଜି ସକାଳ ସମୟରେ ସୁରକ୍ଷାକର୍ମୀ ଏବଂ ନକ୍ସଲଙ୍କ ମଧ୍ୟରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା । 6ଜଣ ନିହତ ହୋଇଛନ୍ତି ।