ସିକ୍କିମରେ ବଡ ଧରଣର ସଡକ ଦୁର୍ଘଟଣା । 700 ଫୁଟ ତଳକୁ ଖସିଲା ସେନାଗାଡି । ଅକାଳରେ ଚାଲିଗଲା 4 ଯବାନଙ୍କ ଜୀବନ । ଗୁରୁବାର ପାକୟୋଙ୍ଗରେ ଏହି ଦୁର୍ଘଟଣା ହୋଇଥିବା ବେଳେ ବର୍ତ୍ତମାନ ସେମାନଙ୍କର ପରିଚୟ ମିଳିଛି । ପଶ୍ଚିମବଙ୍ଗର ପେଡୋଙ୍ଗରୁ ଜୁଲୁକ ଯାଉଥିବା ବେଳେ ସେନାଗାଡି ଘାଟିରୁ ତଳକୁ ଖସିପଡିଥିଲା ।ଏନେଇ ଜଣେ ଭାରତୀୟ ସେନା ଅଧିକାରୀ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ପଶ୍ଚିମବଙ୍ଗର ପେଡୋଙ୍ଗରୁ ସିଲ୍କ ରାସ୍ତାରେ ଜୁଲୁକ ଯାଉଥିବା ବେଳେ ସେନାଗାଡି ଦୁର୍ଘଟଣାଗସ୍ତ ହୋଇଥିଲା । ଫଳରେ ଏହି ଦୁର୍ଘଟଣାରେ 4ଜଣଙ୍କ ମୃତ୍ୟୁ ହୋଇଛି । ମୃତକମାନେ ହେଲେ ମଧ୍ୟପ୍ରଦେଶର ଡ୍ରାଇଭର ପ୍ରଦୀପ ପଟେଲ, ମଣିପୁର ଶିଳ୍ପକାର ଡବ୍ଲୁ ପିଟର, ହରିୟାଣାର ନାୟକ ଗୁରସେବ ସିଂ ଏବଂ ତାମିଲନାଡୁର ସୁବେଦାର କେ ଥଙ୍ଗପଣ୍ଡି । ଡ୍ରାଇଭର ସମେତ ସମସ୍ତ ମୃତକ ସୈନକର୍ମୀ ପଶ୍ଚିମବଙ୍ଗର ବିନାଗୁରିରର ଏକ ୟୁନିଟର ରହିଥିଲେ । ତେବେ କେଉଁ ପରିସ୍ଥିତିରେ ଏଭଳି ଦୁର୍ଘଟଣା ଘଟିଲା ସେନେଇ ସ୍ପଷ୍ଚ ସୂଚନା ମିଳିପାରି ନଥିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଥିବା ଅନୁମାନ କରାଯାଉଛି ।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Prev Post
Next Post