ସମ୍ପତ୍ତିି ତାଲିକା ଦେବେ ସୁପ୍ରିମକୋର୍ଟ ବିଚାରପତି

ସୁପ୍ରିମକୋର୍ଟର ସବୁ ବିଚାରପତି ଏଣିକି ନିଜ ସମ୍ପତ୍ତିର ତାଲିକା ଦେବେ ବୋଲି ଜଣାପଡିଛି। ଏପ୍ରିଲ ପହିଲାରେ ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସୁପ୍ରିମକୋର୍ଟର ସମସ୍ତ ୩୩ ବିଚାରପତି ଏହି ପ୍ରସ୍ତାବରେ ସହମତି ପ୍ରକାଶ କରିଥିବା ଜଣାପଡିଛି। ବିଚାରପତିଙ୍କ ସମ୍ପତ୍ତି ତାଲିକା ସୁପ୍ରିମକୋର୍ଟ ୱେବସାଇଟରେ ଅପ୍‌ଲୋଡ କରାଯିବ। ପ୍ରଚଳିତ ନିୟମ ଅନୁଯାୟୀ ବର୍ତ୍ତମାନ ବିଚାରପତିମାନେ ସେମାନଙ୍କର ସମ୍ପତ୍ତି ତାଲିକା କେବଳ ପ୍ରଧାନ ବିଚାରପତିଙ୍କୁ ପ୍ରଦାନ କରୁଛନ୍ତି। ଅବଶ୍ୟ ଏ ସମ୍ପର୍କିତ ସୂଚନାକୁ ନିୟମିତ ଭାବେ ଅପ୍‌ଡେଟ କରାଯାଉ ନାହିଁ।

Leave a comment