ସଂସଦ ଅଧିବେଶନ ଆରମ୍ଭରୁ ଲୋକସଭାରେ ହଙ୍ଗାମା

ସଂସଦ ଅଧିବେଶନ ଆରମ୍ଭରୁ ଲୋକସଭାରେ ହଙ୍ଗାମା। ଏସଆଇଆର ପ୍ରସଙ୍ଗକୁ କେନ୍ଦ୍ର କରି ଗୃହରେ ବିରୋଧୀ କରିଛନ୍ତି ହଙ୍ଗାମା। ଅଚଳାବସ୍ଥା ଯୋଗୁ ଗୃହକୁ  ବାରମ୍ବାର ମୁଲତବି ଘୋଷଣା କରାଯାଇଛି।

ସେପଟେ ସଂସଦରେ ନିର୍ବାଚନ ମଣ୍ଡଳୀ ପ୍ରସଙ୍ଗରେ ହେଉ ଆଲୋଚନା। ପ୍ରଥମ ଥର ଲାଗି ନିର୍ବାଚିତ ହୋଇଥିବା ଓ ଯୁବ ସାଂସଦମାନଙ୍କୁ ଆଲୋଚନା କରିବା ଲାଗି ସୁଯୋଗ ଦିଆଯାଉ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସଂସଦର ଶୀତ ଅଧିବେଶନରେ ଉଦବୋଧନ ଦେଇ ମୋଦି କହିଛନ୍ତି- ନବନିର୍ବାଚିତ ଓ ଯୁବ ସାଂସଦମାନେ ନିଜ ନିଜ ନିର୍ବାଚନ ମଣ୍ଡଳୀର ସମସ୍ଯାକୁ ନ ଉଠାଇପାରି ଅସନ୍ତୁଷ୍ଟ ହେଉଛନ୍ତି। ସେମାନଙ୍କୁ ପର୍ଯ୍ଯପ୍ତ ସୁଯୋଗ ଦେବାର ଆବଶ୍ଯକତା ରହିଛି। ଗୃହର ସ୍ବାର୍ଥ ଦୃଷ୍ଟିରୁ ନୂଆ ପିଢ଼ିର ସାଂସଦ, ପ୍ରଥର ଥର ଲାଗି ନିର୍ବାଚିତ ହୋଇଥିବା ସାଂସଦ, ପ୍ରତି ଦଳକୁ ସୁଯୋଗ ଦେବା ଉଚିତ। ସଂସଦରେ ନାରାବାଜି କରି ଗୃହକାର୍ଯ୍ୟରେ ବାଧା ସୃଷ୍ଟିକୁ ନାପସନ୍ଦ କରିଛନ୍ତି ମୋଦି।

ଡ୍ରାମାବାଜି ଗୃହ ଭିତରେ ନ କରିବା ଲାଗି ସେ ଆହ୍ବାନ ଦେବା ସହ ଡ୍ରାମାବାଜି ଲାଗି ବାହାରେ ଅନେକ ସ୍ଥାନ ରହିଛି ବୋଲି  ସେ କହିଛନ୍ତି। ସଂସଦ ସ୍ଲୋଗାନବାଜିର ସ୍ଥାନ ନୁହେଁ, ସମସ୍ତଙ୍କୁ ନୀତି ଉପରେ ଗୁରୁତ୍ବ ଦେବାକୁ ପଡ଼ିବ। ଗଠନମୂଳକ ଆଲୋଚନା ଲାଗି ସେ ଆହ୍ବାନ ଦେବା ସହ ସମସ୍ତ ଦଳ ସକରାତ୍ମକ ମନୋଭାବ ପୋଷଣ ଲାଗି ସେ କହିଥିଲେ। ସର୍ବସାଧାରଣଙ୍କ ସ୍ବାର୍ଥ ଲାଗି ବିରୋଧୀ ଦଳଗୁଡ଼ିକ ସଚେତନ ହେବା ସହ ପରାଜୟର ଗ୍ଲାନି ସଂସଦରେ ପ୍ରତିଫଳିତ କରିବା ଅନୁଚିତ ବୋଲି ସେ କହିଥିଲେ।