ଷ୍ଟାଚ୍ୟୁ ଅଫ୍‌ ୱାନନେସ୍‌ ନାଁ ଦିଆଯାଇଛି

ଆଦି ଶଙ୍କରାଚାର୍ଯ୍ୟଙ୍କ ୧୦୮ ଫୁଟ ଉଚ୍ଚ ପ୍ରତିମୂର୍ତ୍ତି ଉନ୍ମୋଚିତ

ମଧ୍ୟପ୍ରଦେଶର ଖଣ୍ଡୱା ଜିଲାସ୍ଥିତ ଓଁକାରେଶ୍ବରଠାରେ ଗୁରୁବାର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ୧୦୮ ଫୁଟ୍‌ ଉଚ୍ଚତା ବିଶିଷ୍ଟ ବହୁ ଧାତୁ ନିର୍ମିତ ପ୍ରତିମୂର୍ତ୍ତି ଅନାବରଣ କରିଛନ୍ତି। ଏଥିସହ ଅଦ୍‌ଭୈତ ଲୋକର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏକତ୍ବର ପ୍ରତୀକ ଏହି ପ୍ରତିମୂର୍ତ୍ତିକୁ ଏକତ୍ବର ମୂର୍ତ୍ତି ବା ଷ୍ଟାଚ୍ୟୁ ଅଫ୍‌ ୱାନନେସ୍‌ ନାଁ ଦିଆଯାଇଛି।ଏହି କାର୍ଯ୍ୟକ୍ରମରେ ପ୍ରାୟ ୫ ହଜାର ସାଧୁ ସନ୍ଥ ସାମିଲ ହୋଇଛନ୍ତି। ସବୁ ସାଧୁ ସନ୍ଥଙ୍କୁ ପାରମ୍ପରିକ ଢଙ୍ଗରେ ସ୍ବାଗତ ସତ୍କାର କରାଯାଇଥିଲା। ଏହି ପ୍ରତିମୂର୍ତ୍ତିରେ ଆଦି ଶଙ୍କରାଚାର୍ଯ୍ୟ ବାଳକ ରୂପରେ ନଜର ଆସିଛନ୍ତି।ପ୍ରତିମୂର୍ତ୍ତି ଅନାବରଣ କରିବା ପରେ ମୁଖ୍ୟମନ୍ତ୍ରୀ ଶିବରାଜ ସନ୍ଥମାନଙ୍କ ସହ ଏହାର ପରିକ୍ରମା ମଧ୍ୟ କରିଛନ୍ତି। ମୂର୍ତ୍ତି ଅନାବରଣ ପୂର୍ବରୁ ଦେଶର ପ୍ରାୟ ୩୦୦ ବିଖ୍ୟାତ ବୈଦିକ ବ୍ରାହ୍ମଣଙ୍କ ଦ୍ବାରା ବୈଦିକ ରୀତିରେ ପୂଜା ଏବଂ ୨୧ କୁଣ୍ଡିୟ ହୋମ କରାଯାଇଥିଲା।