ଆଜିଠାରୁ ଶସ୍ତାରେ ଏଲପିଜି ସିଲିଣ୍ଡର ପାଇପାରିବେ ଗ୍ରାହକ । ରାଜଧାନୀ ଦିଲ୍ଲୀରୁ ପାଟନା ପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟରେ ଏବେ କମ୍ ମୂଲ୍ୟରେ ଗ୍ରାହକ ଏଲପିଜି ସିଲିଣ୍ଡର ପାଇବେ । ଗ୍ରାହକମାନଙ୍କ ପାଇଁ ଡିସେମ୍ବର ୨୨ ତାରିଖରୁ ସିଲିଣ୍ଡର ପିଛା ୩୯.୫୦ ଟଙ୍କା କମ୍ କରିଛନ୍ତି ସରକାର । ତେବେ ଆସନ୍ତୁ ଜାଣିବା କେଉଁଠି କେତେ ଟଙ୍କାରେ ମିଳିବ ଏଲପିଜି ଗ୍ୟାସ ସିଲିଣ୍ଡର ।ସୂଚନା ଅନୁସାରେ, ଏହି ରିହାତି କେବଳ ୧୯ କିଲୋ ବ୍ୟବସାୟିକ ସିଲିଣ୍ଡରରେ ପାଇପାରିବେ ଗ୍ରାହକ । କିନ୍ତୁ ଘରୋଇ ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇ ପାରିନାହିଁ । ମୂଲ୍ୟହ୍ରାସ ପରେ ଆଜିଠାରୁ ଦିଲ୍ଲୀରେ ଇଣ୍ଡେନ୍ କମର୍ସିଆଲ ସିଲିଣ୍ଡର ୧,୭୫୭ ଟଙ୍କାରେ ଗ୍ରାହକଙ୍କ ପାଇଁ ଉପଲବ୍ଧ ରହିବ । ଏହାପୂର୍ବରୁ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୭୯୬.୫୦ ଟଙ୍କା ରହିଥିଲା । କୋଲକାତାରେ ଏହି ସିଲିଣ୍ଡର ୧୯୦୮ଟଙ୍କାରୁ ୧୮୬୮.୫୦ ଟଙ୍କାକୁ ହ୍ରାସ ପାଇଛି । ସେହିପରି ମୁମ୍ବାଇ ସହରରେ ମଧ୍ୟ କାଲି ପର୍ଯ୍ୟନ୍ତ ଗ୍ୟାସ ସିଲିଣ୍ଡର ପିଛା ମୂଲ୍ୟ ୧୭୪୯ ଟଙ୍କା ରହିଥିବା ବେଳେ ଆଜିଠାରୁ ଏହା ୧୭୧୦ ଟଙ୍କାରେ ବିକ୍ରି ହେବ । ଚେନ୍ନାଇରେ ମଧ୍ୟ ଆଜିଠାରୁ ଏଲପିଜି ସିଲିଣ୍ଡର ୩୯.୫୦ ଶସ୍ତା ହୋଇ ୧୯୨୯ ଟଙ୍କାରେ ପାଇପାରିବେ ଗ୍ରାହକ ।
Trending
- ସାରା ଦେଶରେ ପର୍ଯ୍ୟାୟକ୍ରମେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (ଏସ୍ଆଇଆର୍) କରାଯିବ
- ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ତିନି ଗିରପ
- “ପଶ୍ଚିମବଙ୍ଗକୁ ଦୁଷ୍କର୍ମକାରୀ ଏବଂ ଅପରାଧୀଙ୍କ ପାଇଁ ଏକ ସୁରକ୍ଷିତ ଠିକଣା – ବିଜେପି
- ପୁଣି ଥରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ସଙ୍ଗୀତକାର ଅଭିଜିତ ମଜୁମଦାର
- ବିଜେପିରୁ ପ୍ରାର୍ଥୀ ହେବେ ଜୟ ଢ଼ୋଲକିଆ
- ବୃହତ୍ ମତ୍ସ୍ୟ ମାର୍କେଟର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
- ଜଳେଶ୍ୱରର ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁର୍ଗାପୁରରେ ଗଣଦୁଷ୍କର୍ମ
- ରାଜ୍ୟ କ୍ୟାବିନେଟ୍ର ୨୮ତମ ବୈଠକ , ୧୫ଟି ପ୍ରସ୍ତାବ ଉପରେ ବାଜିଲା ମୋହର
- ଗଣତାନ୍ତ୍ରିକ ସମାଜରେ ଉଗ୍ରବାଦ, ଆତଙ୍କୀ କାର୍ଯ୍ୟକଳାପର କୌଣସି ସ୍ଥାନ ନାହିଁ
- ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ
Prev Post
Next Post