ଲୁଟେରାଙ୍କୁ ଟଙ୍କା ଦେଇ ସ୍ବାମୀ ହିଁ କରିଥିଲେ ହତ୍ୟା ଷଡ଼ଯନ୍ତ୍ର

କୋଲକତା: ନିଜ ସ୍ତ୍ରୀକୁ ହତ୍ୟା କରିବା ପାଇଁ ଲୁଟେରାକୁ ଟଙ୍କା ଦେଇଥିଲା ସ୍ବାମୀ । ଷଡ଼ଯନ୍ତ୍ର କରି ସ୍ତ୍ରୀକୁ ହତ୍ୟା କରିବା ପାଇଁ ଏପରି କରିଥିବା ତଦନ୍ତ ପରେ ଜଣାପଡିଛି । କିନ୍ତୁ ଖବର ଛପିଥିଲା ସ୍ବାମୀଙ୍କୁ ବଞ୍ଚାଇବାକୁ ଯାଇ ଝାଡଖଣ୍ଡର ଜଣେ ଅଭିନେତ୍ରୀଙ୍କ ମୃତ୍ୟୁ ହୋଇଛି ।  ଝାଡଖଣ୍ଡର ଅଭିନେତ୍ରୀ ରିୟା କୁମାରୀଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଖବର ମିଳିବା ପରେ ଏବେ ତାଙ୍କ ସ୍ବାମୀ ପ୍ରକାଶ କୁମାର ହିଁ ସୁପାରୀ ଦେଇ ରିୟାଙ୍କୁ ହତ୍ୟା କରିଥିବା ପୋଲିସ କହିଛି ।  ରିୟା କୁମାରୀ ଝାଡଖଣ୍ଡର ଜଣେ  ଲୋକପ୍ରିୟ ୟୁଟ୍ୟୁବର୍ ମଧ୍ୟ ଥିଲେ। ତାଙ୍କ ଲୋକପ୍ରିୟତାକୁ ପସନ୍ଦ କରୁନଥିବା ତାଙ୍କ ସ୍ବାମୀ ପ୍ରକାଶ କୁମାର ଅନ୍ୟ ସହ ରିୟା ଅନୈତିକ ସମ୍ପର୍କ ରଖିଥିବା ସନ୍ଦେହ ହତ୍ୟା କରିବା ପାଇଁ ଯୋଜନା କରିଥିଲେ । ଲୁଟେରାଙ୍କୁ ହତ୍ୟା କରିବା ପାଇଁ ସୁପାରି ଦେଇଥିଲେ । ପରେ ଏହି ଘଟଣା କୁ ଭିନ୍ନ ମୋଡ ଦେବା ପାଇଁ ଅଭିନୟ କରିଥିଲେ ।