ମୋଦି-ପୁଟିନ ବସିଥିବା ହ୍ବାଇଟ ଫର୍ଚୁନର୍‌ ଟ୍ରେଣ୍ଡ ବଢ଼ିଲା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଦୁଇ ଦିନିଆ ଭାରତ ଗସ୍ତ ଅନେକ ଦୃଷ୍ଟିରୁ ଐତିହାସିକ ରହିଛି। ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିୟମ ଭାଙ୍ଗି ପାଲମ୍ ବିମାନ ବନ୍ଦରରେ ପୁଟିନଙ୍କୁ ଆଲିଙ୍ଗନ କରି ସ୍ୱାଗତ କରିବା ପରେ, ଉଭୟ ନେତା ଏକାଠି ଏକ ଧଳା ରଙ୍ଗର ଟୟୋଟା ଫର୍ଚୁନର୍ (Toyota Fortuner) କାର୍‌ରେ ବିମାନ ବନ୍ଦରରୁ ବାହାରିଥିଲେ। ଏହି ଦୃଶ୍ୟ ବର୍ତ୍ତମାନ ସୋସିଆଲ୍ ମିଡିଆରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି।

ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭବ୍ୟ ସ୍ପାଗତ କରାଯାଇଛି । ପ୍ରୋଟୋକଲକୁ ଭାଙ୍ଗି ତାଙ୍କୁ ସ୍ବାଗତ କଲେ ମୋଦି । ଏହି ମୁହୂର୍ତ୍ତ ଭାରତ-ରୁଷିଆ ସମ୍ପର୍କର ଶକ୍ତିର ପ୍ରତୀକ ପାଲଟିଗଲା। ସାଧାରଣତଃ, ବିଦେଶୀ ବିଶିଷ୍ଟ ବ୍ୟକ୍ତିମାନଙ୍କ ପାଇଁ ସଶସ୍ତ୍ର କନଭୟ ବ୍ୟବହୃତ ହୁଏ, କିନ୍ତୁ ଏଥର ଉଭୟ ନେତାଙ୍କୁ ଏକ ସରଳ ଦେଖାଯାଉଥିବା ଧଳା ଟୟୋଟା ଫର୍ଚୁନରରେ ଏକାଠି ଦେଖାଯାଇଥିଲା। ଏହି ଦୃଶ୍ୟ କେବଳ ଅନନ୍ୟ ନୁହେଁ ବରଂ ସେମାନଙ୍କର ବ୍ୟକ୍ତିଗତ ବିଶ୍ୱାସକୁ ମଧ୍ୟ ପ୍ରତିଫଳିତ କରିଥିଲା।

ସୋସିଆଲ ମିଡିଆରେ ଆଲୋଚନା ହେଉଥିବା କାରଟିର ପଞ୍ଜିକରଣ ନମ୍ବର MH01 EN 5795 ରହିଛି। ଏହି ମଡେଲଟି ଏକ ଟୟୋଟା ଫର୍ଚୁନର ସିଗମା 4 MT ଥିଲା, ଯାହା ଏପ୍ରିଲ ୨୦୨୪ ରେ ପଞ୍ଜିକୃତ ହୋଇଥିଲା। କାରର ମୂଲ୍ୟ ୪୫ ଲକ୍ଷ। ନୂତନ ସୁରକ୍ଷା ଯାନବାହାନର ଫ୍ଲିଟରେ ସାମିଲ ହୋଇଥିବା ଏହି କାରଟି ଏପ୍ରିଲ ୨୦୩୯ ପର୍ଯ୍ୟନ୍ତ ବୈଧ। ଏହି କାରଟି ଭିଭିଆଇପି ଗତିବିଧିର ଅଂଶ ହେବା ସହ ହଠାତ୍‌ ଏହା ସାଧାରଣ ନୁହେଁ, କାରଣ ଫର୍ଚୁନର୍ସ ସାଧାରଣତଃ ଉଚ୍ଚସ୍ତରୀୟ କୂଟନୈତିକ କନଭୟରେ ସାମିଲ ହୁଏ ନାହିଁ।