ମେଘାଳୟ ଓ ନାଗାଲାଣ୍ଡ ବିଧାନସଭା ନିର୍ବାଚନ

ମେଘାଳୟ ଓ ନାଗାଲାଣ୍ଡ ବିଧାନସଭା ନିର୍ବାଚନ ନିମନ୍ତେ  ସକାଳ ୭ଟାରୁ ଭୋଟ ଗ୍ରହଣ ଜାରି ରହିଛି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି । ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ। ଉଭୟ ରାଜ୍ୟର ବିଧାନସଭା ଆସନ ୬୦ ଲେଖାଏଁ ହୋଇଥିବାବେଳେ ୫୯ଟି ଲେଖାଏଁ ଆସନ ପାଇଁ ଭୋଟ ଗ୍ରହଣ ଚାଲିଛି । ମେଘାଳୟର ୫୯ଟି ଆସନ ପାଇଁ ୩୬୯ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଦୁଇ ରାଜ୍ୟରେ ମୋଟ ୩୪ ଲକ୍ଷ ଭୋଟର ୫୫୨ ଭୋଟରଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ।