ମାର୍ଚ୍ଚ ୨୦୨୩ରେ ଓଡିଶାର ଜିଏସ୍‌ଟି ସଂଗ୍ରହରେ ୧୫. ୧୪% ଅଭିବୃଦ୍ଧି

ମାର୍ଚ୍ଚ ୨୦୨୩ରେ ସଂଗୃହୀତ ମୋଟ ଜିଏସ୍‌ଟି ରାଜସ୍ୱ ୧,୬୦,୧୨୨ କୋଟି ଟଙ୍କା ରହିଛି, ଯେଉଁଥିରୁ ସିଜିଏସ୍‌ଟି ୨୯,୫୪୬ କୋଟି ଟଙ୍କା, ଏସ୍‌ଜିଏସ୍‌ଟି ୩୭,୩୧୪ କୋଟି ଟଙ୍କା, ଆଇଜିଏସ୍‌ଟି ହେଉଛି ୮୨,୯୦୭ କୋଟି ଟଙ୍କା (ମାଲ୍ ଆମଦାନୀ ଉପରେ ସଂଗୃହୀତ ୪୨,୫୦୩ କୋଟି ଟଙ୍କା ଅନ୍ତର୍ଭୁକ୍ତ) ଏବଂ ସେସ୍ ୧୦,୩୫୫ କୋଟି ଟଙ୍କା (ମାଲ୍ ଆମଦାନୀ ଉପରେ ୯୬୦ କୋଟି ଟଙ୍କା ଅନ୍ତର୍ଭୁକ୍ତ) । ଚତୁର୍ଥ ଥର ପାଇଁ, ଚଳିତ ଆର୍ଥିକ ବର୍ଷରେ ଜିଏସ୍‌ଟି ସଂଗ୍ରହ ୧.୫ ଲକ୍ଷ କୋଟି ଟଙ୍କାକୁ ଅତିକ୍ରମ କରିଛି, ଯାହା ଜିଏସ୍‌ଟି ଲାଗୁ ହେବା ପରେ ଦ୍ୱିତୀୟ ସବୁଠାରୁ ବଡ ସଂଗ୍ରହ ।  ଏହି ମାସରେ ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବାଧିକ ଆଇଜିଏସ୍‌ଟି ସଂଗ୍ରହ ହୋଇଛି ।

ସରକାର ନିୟମିତ ସମାଧାନ ଭାବରେ ଆଇଜିଏସ୍‌ଟିରୁ ସିଜିଏସ୍‌ଟିକୁ ୩୩,୪୦୫ କୋଟି ଟଙ୍କା ଏବଂ ଏସ୍‌ଜିଏସ୍‌ଟିକୁ ୨୮,୧୮୭ କୋଟି ଟଙ୍କା ପ୍ରଦାନ କରିଛନ୍ତି । ମାର୍ଚ୍ଚ ୨୦୨୩ରେ ଆଇଜିଏସ୍‌ଟି ସମାଧାନ ପରେ କେନ୍ଦ୍ର ଏବଂ ରାଜ୍ୟ ଗୁଡିକର ମୋଟ ରାଜସ୍ୱ ସିଜିଏସ୍‌ଟି ପାଇଁ  ୬୨,୯୫୪ କୋଟି ଟଙ୍କା ଏବଂ ଏସ୍‌ଜିଏସ୍‌ଟି ନିମନ୍ତେ  ୬୫,୫୦୧ କୋଟି ଟଙ୍କା ରହିଛି ।

ମାର୍ଚ୍ଚ ୨୦୨୩ ପାଇଁ ଆୟ ରାଜସ୍ୱ ଗତ ବର୍ଷ ସମାନ ସମୟରେ ଜିଏସ୍‌ଟି ଆୟ ତୁଳନାରେ ୧୩% ଅଧିକ । ଏହି ମାସରେ ଗତ ବର୍ଷ ସମାନ ସମୟ ତୁଳନାରେ ମାଲ୍ ଆମଦାନୀରୁ ଆୟ ୮% ଅଧିକ ରହିଛି ଏବଂ ଘରୋଇ କାରବାରରୁ ଆୟ (ସେବା ଆମଦାନୀକୁ ଅନ୍ତର୍ଭୁକ୍ତ କରି) ୧୪% ଅଧିକ ରହିଛି । ୨୦୨୩ ମାର୍ଚ୍ଚ ମାସରେ ସବୁଠାରୁ ଅଧିକ ରିଟର୍ଣ୍ଣ ଦାଖଲ ହୋଇଛି । ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ଦାଖଲ କରାଯାଇଥିବା ଫେବୃଆରୀ ମାସର ୯୩.୨% ଷ୍ଟେଟ୍‌ମେଂଟ ଅଫ୍ ଇନ୍‌ଭଏସ୍ (ଜିଏସ୍‌ଟିଆର – ୧ରେ) ଏବଂ ୯୧.୪% ରିଟର୍ଣ୍ଣ (ଜିଏସ୍‌ଟି ୩ ଖ ରେ) ତୁଳନାରେ  ଗତ ବର୍ଷ ସମାନ ସମୟରେ ଯଥାକ୍ରମେ ୮୩.୧% ଏବଂ ୮୪.୭% ଥିଲା ।

୨୦୨୨- ୨୩ ପାଇଁ ମୋଟ ସଂଗ୍ରହ ୧୮.୧୦ ଲକ୍ଷ କୋଟି ଟଙ୍କା ଏବଂ ସାରା ବର୍ଷ ପାଇଁ ହାରାହାରି  ମୋଟ ମାସିକ ସଂଗ୍ରହ ହେଉଛି ୧.୫୧ ଲକ୍ଷ କୋଟି ଟଙ୍କା । ୨୦୨୨- ୨୩ରେ ମୋଟ ରାଜସ୍ୱ ଆୟ ଗତ ବର୍ଷ ତୁଳନାରେ ୨୨% ଅଧିକ ଥିଲା । ୨୦୨୨- ୨୩ର ଶେଷ ତ୍ରୈମାସିକ ପାଇଁ ହାରାହାରି ମାସିକ ମୋଟ ଜିଏସ୍‌ଟି ସଂଗ୍ରହ ୧.୫୧ ଲକ୍ଷ କୋଟି ଟଙ୍କା ରହିଛି, ଯେତେବେଳେ କି ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ତ୍ରୈମାସିକରେ ହାରାହାରି ମାସିକ ସଂଗ୍ରହ ଯଥାକ୍ରମେ ୧.୫୧ ଲକ୍ଷ କୋଟି, ୧.୪୬ ଲକ୍ଷ କୋଟି ଏବଂ ୧.୪୯ ଲକ୍ଷ କୋଟି ଟଙ୍କା ଥିଲା ।