ମହାରାଷ୍ଟ୍ରର ଚିପଲୁନ୍ରେ ମୁମ୍ବାଇ-ଗୋଆ ୪ ଲେନ୍ ବିଶିଷ୍ଟ ନିର୍ମାଣାଧୀନ ଫ୍ଲାଏ ଓଭର ଭୁଶୁଡି ପଡିଛି। ଏହି ସମୟର ଏକ ଭୟାନକ୍ ଭିଡିଓ ସାମ୍ନାକୁ ଆସିଛି। ପ୍ରଥମେ ଫ୍ଲାଏ ଓଭରର ଏକ ଅଂଶ ଭୁଶୁଡ଼ି ପଡ଼ିଥିଲା, ପରେ ରାଜପଥର ଏକ ବ୍ଲକ୍ ସମ୍ପୂର୍ଣ୍ଣ ରୂପେ ଭୁଶୁଡ଼ି ତଳେ ପଡ଼ିଯାଇଥିଲା।ଏହି ଦୁର୍ଘଟଣାରେ କେହି ମୃତାହତ ହେବାର ଖବର ନାହିଁ। କୋଙ୍କଣ ଅଞ୍ଚଳର ସବୁଠାରୁ ବଡ଼ ଫ୍ଲାଏ ଓଭର ଭୁଶୁଡ଼ି ପଡ଼ିବାରୁ ଏହା ଉପରେ ଥିବା ଏକ କ୍ରେନ୍ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଏହି କ୍ରେନ୍ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିଲା। ଦୁର୍ଘଟଣାର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି, ଯେଉଁଥିରେ ବ୍ରିଜ ଭୁଶୁଡ଼ିବା କ୍ଷଣି ଆଖାପାଖରେ ଥିବା ଲୋକମାନେ ଏଣେତେଣେ ଦୌଡ଼ୁଥିବା ଦେଖିବାକୁ ମିଳୁଛି।
Trending
- ଆସନ୍ତାକାଲି ସମ୍ବଲପୁରରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର
- ଈଶାନଙ୍କ ପ୍ରେମରେ ଆଲିଆଙ୍କ ବଡ଼ ଭଉଣୀ
- ଶୁଭମନ ଗିଲଙ୍କ ଉପରେ ଲାଗିଲା ଜୋରିମାନା
- ମହାନଦୀର ଗଭୀର ଜଳ ରାଶି ଭିତରେ ଚେସ ଖେଳିଲେ ସୂର୍ଯ୍ୟବଂଶୀ ସୂରଜ
- ବିବାହ ବନ୍ଧନରେ ବାନ୍ଧି ହେଲେ କେଜ୍ରିଓ୍ବାଲଙ୍କ ଝିଅ ହର୍ଷିତା
- ପୁରୀ ଚନ୍ଦନା ଯାତ୍ରାରେ ବାଣରେ ଲାଗିଲା ରୋକ
- ଆଜି ଓଡିଶା ଆସିବେ ପି.କେ. ମିଶ୍ର
- ସ୍ମାର୍ଟ ସିଟି ଓ ଟ୍ଵିନ୍ ସିଟିରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା
- ନରେନ୍ଦ୍ର ମୋଦୀଙ୍କୁ ଭେଟି ୱାକଫ ସଂଶୋଧନ ଆଇନ ପାଇଁ ଧନ୍ୟବାଦ ଜଣାଇଛନ୍ତି ଦାଉଦୀ ବୋହରା ସମ୍ପ୍ରଦାୟର ଲୋକମାନେ
- କେନ୍ଦ୍ର ସରକାରଙ୍କ ଉଦ୍ୟମରେ ଆଜି ଓଡ଼ିଶାକୁ ୪୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ବର ପ୍ରକଳ୍ପ ଭେଟି ମିଳିଛି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
Prev Post
Next Post