ଭାରତ ବିଶ୍ବର ୩ୟ ବୃହତ୍ତମ ଅର୍ଥନୀତି ହେବ : ମୋଦୀ
ନୂଆଦିଲ୍ଲୀ: ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଇଣ୍ଡିଆ ଟ୍ରେଡ୍ ପ୍ରମୋସନ୍ ଅର୍ଗାନାଇଜେସନ୍ (ଆଇଟିପିଓ) କ୍ୟାମ୍ପସ୍ ଭାରତ ମଣ୍ଡପମ୍କୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଚଳିତ ବର୍ଷ ସେପ୍ଟେମ୍ବର ମାସରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀ ଏହି କମ୍ପ୍ଲେକ୍ସରେ ଆୟୋଜନ ହେବ ।
Inaugurating the International Exhibition-cum-Convention Centre in Delhi. The Complex will serve as a gateway to global opportunities. https://t.co/O3TO1yRTvr
— Narendra Modi (@narendramodi) July 26, 2023
ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଙ୍କର ତୃତୀୟ ପାଳିରେ ଭାରତର ଅର୍ଥନୀତି ୩ ନମ୍ବର ହେବ ଏବଂ ଏହା ତାଙ୍କ ଗ୍ୟାରେଣ୍ଟି ।ସେ ଯେତେବେଳେ ପ୍ରଧାନମନ୍ତ୍ରୀଭାବେ କ୍ଷମତାକୁ ଆସିଥିଲେ ବିଶ୍ୱ ଅର୍ଥନୀତିରେ ଭାରତର ସ୍ଥାନ ୧୦ ନମ୍ବର ଥିଲା । ଏବେ ଦ୍ୱିତୀୟ ପାଳିରେ ଦେଶ ୫ ନମ୍ବର ଅର୍ଥନୀତିରେ ଅଛି । ମୋଦୀ କହିଛନ୍ତି ଯେ, ନୂଆ ବିମାନବନ୍ଦର, ନୂଆ ଏକ୍ସପ୍ରେସ୍ ୱେ, ନୂଆ ରେଳ ପଥ, ନୂଆ ପୋଲ ଏବଂ ନୂତନ ଡାକ୍ତରଖାନା କ୍ଷେତ୍ରରେ ଭାରତର କାର୍ଯ୍ୟର ପରିମାଣ ପ୍ରକୃତରେ ଅଭୂତପୂର୍ବ ।