ଭାରତରେ ୮୫୦ ନିୟୁତ ଇଣ୍ଟରନେଟ ବ୍ୟବହାରକାରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଜି-୨୦ ଡିଜିଟାଲ ଅର୍ଥବ୍ୟବସ୍ଥା ମନ୍ତ୍ରୀ ସମୂହ ବୈଠକରେ  ଭାରତର ୮୫୦ ନିୟୁତ ଇଣ୍ଟରନେଟ ବ୍ୟବହାରକାରୀ  ବିଶ୍ୱର ସବୁଠାରୁ  ଶସ୍ତା ଦରରେ ଡାଟା ବ୍ୟବହାର କରୁଛନ୍ତି ବୋଲି କହିଥିଲେ । ଦେଶ ପ୍ରଯୁକ୍ତି ବିଦ୍ୟାରେର ଯଥା ସମ୍ଭବ ବ୍ୟବହାର କରି ପ୍ରଶାସନିକ ସ୍ତର ପରିବର୍ତ୍ତନ ଆଣିବା ସହ ଏହାକୁା ଅଧିକ ଦକ୍ଷ, ଦୃଢ , ସ୍ୱଚ୍ଛ ଓ ଅନ୍ତର୍ଭୁକ୍ତୀକରଣ କରିଛି । ଏହି ପରିପ୍ରେକ୍ଷୀରେ ସେ ଭାରତର ଆଧାର ଉଦାହରଣ ଦେଇଥିଲେ । ଭାରତର ଅନନ୍ୟ ଡିଜିଟାଲ ପରିଚୟ ମଞ୍ଚ ୧.୩ ବିଲିୟନରୁ ଅଧିକ ଜନସାଧାରଣଙ୍କୁ ଅନ୍ତର୍ଭୁକ୍ତ କରିଛି । ସେ ଜେଏଏମ୍ ତ୍ରିମୂର୍ତ୍ତି -ଜନଧନ ବ୍ୟାଙ୍କ ଖାତା, ଆଧାର ଓ ମୋବାଇଲ କଥା କହିଥିଲେ ଯାହା ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଓ ୟୁପିଆଇ ଦେୟ ପଦ୍ଧତି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି । ପ୍ରତି ମାସରେ ୧୦ବିଲିୟନ ଦେଣନେଣ ସଂଗଠିତ ହେଉଥିବା ବେଳେ ବିଶ୍ୱର ଶତକଡା ୪୫ଭାଗ ବାସ୍ତବିକ ଦେୟ ପଇଠ  କାର୍ଯ୍ୟ ଭାରତରେ ହିଁ ହୋଇଥାଏ । ବାଟମାରଣକୁ ରୋକି ପ୍ରତ୍ୟକ୍ଷ ପୁଞ୍ଜି ହସ୍ତାନ୍ତରଣ ଯୋଗୁଁ ୩୩ ବିଲିୟନ ଡଲାରରୁ ଅଧିକ ଅର୍ଥ ବଚାଂଯାଇ ପାରୁଥିବା ପ୍ରଧାନମନ୍ତ୍ରୀ କହିଥିଲେ ।  ଭାରତରେ ଟିକାକରଣ ଅଭିଯାନକୁ ସହାୟତା କରିଥିବା କୋୱିନ ପୋର୍ଟାଲକୁ ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ଦୁଇ ବିଲିୟନରୁ ଅଧିକ ଟୀକା ମାତ୍ରା ଦେବା ସହ ଡିଜିଟାଲ ମାଧ୍ୟମରେ ସତ୍ୟପିତ ପ୍ରମାଣପତ୍ର ମଧ୍ୟ ପ୍ରଦାନ କରିଛି । ଶ୍ରୀମୋଦୀ ମଧ୍ୟ ଗତି ଶକ୍ତି ପ୍ଲାଟଫର୍ମର କଥା  କହି ପ୍ରଯୁକ୍ତି ବିଦ୍ୟା ଓ ସ୍ଥାନ ସମ୍ପର୍କୀୟ ଯୋଜନାରୁ ମାନଚିତ୍ର ଭିତ୍ତିଭୂମି ଓ ରଣନୀତି ଦ୍ୱାରା ଯୋଜନାରେ ସହାୟତ  କରିବା ସହ ଖର୍ଚ୍ଚ ହ୍ରାସ ଓ ଦ୍ରୁତଗତିରେ କାର୍ଯ୍ୟ ସମ୍ପନ୍ନ କରିବା ସାହାଯ୍ୟ କରିଛି ବୋଲି କହିଥିଲେ ।

ପ୍ରଧାନମନ୍ତ୍ରୀ ମଧ୍ୟ ସରକାରୀ ଇ-ବଜାର ଏକ ଅନଲାଇନ ମଞ୍ଚ ଯାହା ସ୍ୱଚ୍ଛତା ଓ ପ୍ରକ୍ରିୟାରେ ସାଧୁତା ଅଣାଯାଇପାରିଛି ଓ ଡିଜିଟାଲ ବାଣିଜ୍ୟ ପାଇଁ ଓପନ ନେଟୱାର୍କ ଯୋଗୁଁ ଇ-ବାଣିଜ୍ୟରେ ଗଣତାନ୍ତ୍ରିକ ବ୍ୟବସ୍ଥା କାଏମ ହୋଇପାରିଛି ବୋଲି କହିଥିଲେ । ଟିକସ୍ ପଦ୍ଧତିର ସମ୍ପୂର୍ଣ୍ଣ ଡିଜିଟାଇଜେସନ ଓ ସ୍ୱଚ୍ଛତା ଓ ଇ-ପ୍ରଶାସନ ପ୍ରତିଷ୍ଠା ହୋଇଥିବା ସେ ପ୍ରକାଶ କରିଥିଲେ । କୃତ୍ରିମ ବୁଦ୍ଧିମତା ଦ୍ୱାରା ପରିଚାଳିତ ଏକ ଭାଷା ଅନୁବାଦ ମଞ୍ଚ ଭାସିନୀ ଭାରତର ବିବିଧ ଭାଷାର ଡିଜିଟାଲ ଅନ୍ତର୍ଭୁକ୍ତୀକରଣରେ ସହାୟକ ହୋଇଛି ବୋଲି ଶ୍ରୀ ମୋଦୀ କହିଥିଲେ ।

“ଭାରତର ଡିଜିଟାଲ ଜନ ଭିତ୍ତିଭୂମି ବୈଶ୍ୱିକ ଆହ୍ୱାନର ମୁକାବିଲା ନିମନ୍ତେ ସୁଦୃଢ, ଅତିକ୍ରମଣୀୟ ଓ ସମସ୍ତ ସମାଧାନର ସୂତ୍ର ପ୍ରଦାନ କରିଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଦେଶର ଅବିଶ୍ୱସନୀୟ ବିବିଧତାକୁ ନେଇ ପ୍ରଧାନମନ୍ତ୍ରୀ ଦେଶରେ ଡର୍ଜନେ ଭାଷା ଓ ଶତାଧିକ ଉପଭାଷା ରହିଛି ବୋଲି କହିଥିଲେ । ସେ ଆହୁରି କହିଥିଲେ ଯେ ଭାରତ ପ୍ରତ୍ୟେକ ଧର୍ମକୁ ଆଶ୍ରୟଦେଇଛି ଓ ବିଶ୍ୱର ଅନେକ ସାଂସ୍କୃତିକ ଚଳଣି ମଧ୍ୟ ଏଠାରେ ଦେଖିବାକୁ ମିଳେ । “ପ୍ରାଚୀନ ପ୍ରଥା ଠାରୁ ସର୍ବାଧୁନିକ  ପ୍ରଯୁକ୍ତିବିଦ୍ୟା ପର୍ଯ୍ୟନ୍ତ ଭାରତରେ ପ୍ରତ୍ୟେକଙ୍କ ନିମନ୍ତେ କିଛି ନା କିଛି ରହିଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏପରି ବିବିଧତା ସତ୍ତ୍ୱେ ଭାରତ ସମାଧାନର ପନ୍ଥା ବାହାର କରିବା ପାଇଁ ଏକ ପରୀକ୍ଷାଗାର. ଯେଉଁ ପରୀକ୍ଷା ନିରୀକ୍ଷା ଭାରତରେ ସଫଳ ହୁଏ  ତାହା ବିଶ୍ୱର ଯେକୌଣସି ସ୍ଥାନରେ ପ୍ରୟୋଗ କରାଯାଇପାରିବ । ପ୍ରଧାନମନ୍ତ୍ରୀ  ସ୍ପଷ୍ଟଭାବେ କହିଥିଲେ ଯେ ଭାରତ ନିଜ ପରୀକ୍ଷାନିରୀକ୍ଷାର ସୁଫଳ ବିଶ୍ୱକୁ ଜଣାଇବାକୁ ପ୍ରସ୍ତୁତ ଓ ଏହି ପରିପ୍ରେକ୍ଷୀରେ ସେ କୋୱିନ ପ୍ଲାଟଫର୍ମର ଉଦାହରଣ ଦେଇଥିଲେ ଯାହାକି ବୈଶ୍ୱିକ ମହାମାରୀ କାଳରେ  ବିଶ୍ୱର ହିତ ଲାଗି ପ୍ରୟୋଗ କରାଯାଇଥିଲା । ଭାରତ ଏକ ଅନ୍‌ଲାଇନ ବୈଶ୍ୱିକ ଜନ ଡିଜିଟାଲ ସାମଗ୍ରୀ ଗନ୍ତାଘର ସୃଷ୍ଟି କରିଥିଲା ।  ଯାହାକି ବିଶେଷକରି ଦକ୍ଷିଣ ଗୋଲାର୍ଦ୍ଧ ଦେଶର କୌଣସି ବ୍ୟକ୍ତି ଯେପରି ବାଦ୍ ନ ପଡନ୍ତି ବୋଲି କହିଥିଲେ ।