ବିଶ୍ୱ ବରିଷ୍ଠ ନାଗରିକ ଦିବସ
ଅଗଷ୍ଟ ୨୧ରେ ପାଳନ କରାଯାଉଛି “ବିଶ୍ୱ ବରିଷ୍ଠ ନାଗରିକ ଦିବସ” । ଅନେକ ପରିବାରରେ ଏହି ଦିନ ପାଳନ କରାଯାଉଛି ଯୁକ୍ତରାଷ୍ଟ୍ର ଆମେରିକାରେ। ଆମ ଦେଶରେ କମ ପାଳନ ହେଉଛି । ଆମେରିକାରେ ୧୯୯୧ରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିଲା ଏହି ଦିବସ । ରାଷ୍ଟ୍ରପତି ରୋନାଲ୍ଡ ରେଗାନଙ୍କ ଅଧ୍ୟକ୍ଷତାରେ ହିଁ ଏହି ଦିନ ସୃଷ୍ଟି ହୋଇଥିଲା ଏବଂ ଜୀବନର ତୃତୀୟ ସୋପାନର ପିଢ଼ିଙ୍କ ପାଇଁ ସେ ଏହାକୁ ଜାତୀୟ ଦିବସ ଭାବରେ ଘୋଷଣା କରିଥିଲେ। ରାଷ୍ଟ୍ରପତି ରେଗାନ୍, ବୟସ୍କ ନାଗରିକମାନଙ୍କର ଉଲ୍ଲେଖନୀୟ ଅବଦାନକୁ ସମ୍ମାନ ଓ ସ୍ୱୀକାର କରିବା ଆବଶ୍ୟକତାକୁ ସହୃଦୟତାର ସହିତ ଉପଲବ୍ଧି କରିଥିଲେ। ଯଦିଓ ଏହା ଆମେରିକାବାସୀଙ୍କ ପାଇଁ ଉଦ୍ଦିଷ୍ଟ ଥିଲା, ଏବେ ପୃଥିବୀର ଅନେକ ଦେଶ ଏହାକୁ ପାଳନ କରୁଛନ୍ତି। ସେମାନଙ୍କ ଅନନ୍ୟ ଆବଶ୍ୟକତା ପ୍ରତି ଧ୍ୟାନ ଦେବା, ସ୍ୱାସ୍ଥ୍ୟସେବା, ସାମାଜିକ ସେବା ଏବଂ ସେମାନଙ୍କ ପାଇଁ ଏକ ସମ୍ମାନଜନକ ଜୀବନ ପାଇଁ ଓକିଲାତି କରିବା ପାଇଁ ସୁଯୋଗ ପ୍ରଦାନ କରିଥାଏ।