ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ୧୮ରୁ ୨୨ ପର୍ଯ୍ୟନ୍ତ ସଂସଦର ସ୍ବତନ୍ତ୍ର ଅଧିବେଶନ ବସିବାକୁ ଡକାଯାଉଛି । ତେବେ କଣ ପାଇଁ ଏହି ବିଶେଷ ଅଧିବେଶନ ଡକାଯାଉଛି ତାହା ଉପରେ ବିତର୍କ ଆରମ୍ଭ ହୋଇଯାଇଛି । ଆଗକୁ ନିର୍ବାଚନ ଆସୁଥିବାବେଳେ ମୋଦି ସରକାର ନୂଆ ଯୋଜନା ସହ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଶୁଣାଇପାରନ୍ତି ବୋଲି କୁହାଯାଉଛି । ବିଶେଷ କରି ଏକ୍ ଦେଶ, ଏକ ନିର୍ବାଚନ ବିଲ୍ ଆଗତ କରିପାରନ୍ତି ।
ନିର୍ବାଚନ ପୂର୍ବରୁ ଜି-୨୦ ବୈଠକ, ଚନ୍ଦ୍ରଯାନ ମିଶନ, ସଂସଦର ନୂତନ ଭବନରେ ପ୍ରବେଶ, ଏକ ଦେଶ, ଏକ ନିର୍ବାଚନ ବିଲ୍ ଆାଗତ କରିପାରନ୍ତି । ତେବେ ଏସବୁ ପଛରେ ରାଜନୈତିକ ଉଦ୍ଦେଶ୍ୟ ରହିଛି ଏବଂ ଏହାର ପ୍ରଭାବ ନିର୍ବାଚନ ଉପରେ ପଡ଼ିବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି । ସ୍ବତନ୍ତ୍ର ଅଧିବେଶନ ନୂଆ ସଂସଦ ଭବନରେ ଅନୁଷ୍ଠିତ ହେବ ।