ବାଇଡେନଙ୍କ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା
ନୂଆଦିଲ୍ଲୀ: ଆଉ କିଛି ସମୟ ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଦିଲ୍ଲୀରେ ପହଁଚିବେ । ନୂଆଦିଲ୍ଲୀରେ ରାଷ୍ଟ୍ରପତି ବାଇଡେନଙ୍କ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପ୍ରଥମ ବାହ୍ୟ ସ୍ତରରେ ଅର୍ଦ୍ଧସାମରିକ ବାହିନୀ ନିୟୋଜିତ ରହିବେ। ଦ୍ବିତୀୟ ସ୍ତରରେ ଭାରତର ସ୍ବତନ୍ତ୍ର ପ୍ରୋଟେକ୍ସନ ଗ୍ରୁପ୍ର କମାଣ୍ଡୋମାନେ ରହିବେ। ସବା ଶେଷ ଅଭ୍ୟନ୍ତର ସର୍କଲରେ ରହିବେ ସିକ୍ରେଟ୍ ସର୍ଭିସ ଏଜେଣ୍ଟମାନେ। ବାଇଡେନ ଏବଂ ଆମେରିକାର ଅନ୍ୟ ପତିନିଧିମାନେ ଆଇଟିସି ମୌର୍ଯ୍ୟ ଶେରାଟନ ହୋଟେଲରେ ରହିବାର ବନ୍ଦୋବସ୍ତ ହୋଇଛି।
#WATCH | Washington DC: US President Joe Biden departs for India to attend the G20 Summit, scheduled to be held in Delhi from September 9 to 10.
(Source: Reuters) pic.twitter.com/MHCyU6ZDKI
— ANI (@ANI) September 7, 2023
ସେଠାକାର କର୍ମଚାରୀମାନଙ୍କର ପୃଷ୍ଠଭୂମି ଯାଞ୍ଚ କରାଯିବ। ବାଇଡେନ ଯେଉଁ ଚତୁର୍ଦ୍ଦଶ ମହଲାରେ ରହିବେ, ସେଠାକୁ ଯିବା ପାଇଁ ସ୍ବତନ୍ତ୍ର ଆକ୍ସେସ୍ କାର୍ଡର ବ୍ୟବସ୍ଥା ରହିବ। ବାଇଡେନଙ୍କ ପାଇଁ ଏକ ସ୍ବତନ୍ତ୍ର ଲିଫ୍ଟ ମଧ୍ୟ ନିର୍ମାଣ କରାଯାଇଛି। ଏହି ହୋଟେଲର ପ୍ରାୟ ୪୦୦ ପ୍ରକୋଷ୍ଠ ବୁକ୍ କରାଯାଇଛି। ଜି୨୦ ସମ୍ମିଳନୀରେ ଯୋଗ ଦେବା ପାଇଁ ସେ ଆସି ଦିଲ୍ଲୀରେ ପହଞ୍ଚିବେ। ଜି୨୦ ସମ୍ମିଳନୀ ସମୟରେ ୨୬/୧୧ ପରି କୌଣସି ଆତଙ୍କବାଦୀ ଆକ୍ରମଣ ପାଇଁ ଯଦି ଉଦ୍ୟମ ହୁଏ, ତେବେ ତା’ର ମୁକାବିଲା କରିବା ପାଇଁ ନିୟୋଜିତ କମାଣ୍ଡୋମାନଙ୍କୁ ଯଥେଷ୍ଟ ଅସ୍ତ୍ରଶସ୍ତ୍ରର ଆବଶ୍ୟକତା ପଡ଼ିବ। ସେଥିପାଇଁ ଦିଲ୍ଲୀର ହୋଟେଲଗୁଡ଼ିକରେ ଗୋଟିଏ ଗୋଟିଏ ପ୍ରକୋଷ୍ଠ ନିଆଯାଇ ସେଥିରେ ଅସ୍ତ୍ରଶସ୍ତ୍ର ମହଜୁଦ ରଖାଯାଇଛି। ଫଳରେ କମାଣ୍ଡୋମାନଙ୍କୁ ଅସ୍ତ୍ରଶସ୍ତ୍ରର ଅଭାବ ପଡ଼ିବ ନାହିଁ।