ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ଓ ପାକିସ୍ତାନର ଲକ୍ଷ୍ୟ ମଧ୍ୟରେ ପାର୍ଥକ୍ୟ ପ୍ରକାଶ କରି କହିଛନ୍ତି ଯେ ବିଭାଜନ ପରଠାରୁ ପାକିସ୍ତାନର ଏକମାତ୍ର ଲକ୍ଷ୍ୟ ହେଉଛି ଭାରତ ସହ ଶତ୍ରୁତା, ଭାରତକୁ ଘୃଣା କରିବା ଏବଂ ଆମର ପ୍ରଗତିକୁ ଅଟକାଇବାକୁ ଚେଷ୍ଟା କରିବା। କିନ୍ତୁ ଆମର କେବଳ ଗୋଟିଏ ଲକ୍ଷ୍ୟ ରହିଛି- ଆଗକୁ ବଢ଼ିବା, ଦାରିଦ୍ର୍ୟ ଦୂରୀକରଣ କରିବା ଏବଂ ଏକ ବିକଶିତ ଭାରତ ଗଠନ କରିବା। ପ୍ରକୃତରେ ବିକଶିତ ଭାରତ ସେତେବେଳେ ସମ୍ଭବ, ଯେତେବେଳେ ଆମର ସଶସ୍ତ୍ର ବାହିନୀ ଶକ୍ତିଶାଳୀ ହେବ ଏବଂ ଆମର ଅର୍ଥନୀତି ମଧ୍ୟ। ଆମେ ସେହି ଦିଗରେ ନିରନ୍ତର ପୂର୍ଣ୍ଣ ନିଷ୍ଠା ଓ ସଂକଳ୍ପ ସହିତ କାର୍ଯ୍ୟ କରୁଛୁ ବୋଲି ଦାହୋଦରେ ସମ୍ବୋଧିତ କରି ମୋଦୀ କହିଛନ୍ତି। ପହଲଗାମରେ ଘଟିଥିବା ଦୁଃଖଦ ଘଟଣାକୁ ମନେ ପକାଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଆତଙ୍କବାଦୀମାନେ ୧୪୦ କୋଟି ଭାରତୀୟଙ୍କୁ ଚ୍ୟାଲେଞ୍ଜ କରିଥିଲେ। ମୁଁ ସୁରକ୍ଷା ବାହିନୀକୁ ସ୍ବାଧୀନତା ଦେଇଥିଲି। ଅନେକ ଦଶନ୍ଧି ଧରି ବିଶ୍ୱ ଯାହା ଦେଖି ନ ଥିଲା ତାହା ଆମ ବୀରମାନେ କରି ଦେଖାଇଛନ୍ତି। ଆମେ ୯ଟି ଆତଙ୍କବାଦୀ ଶିବିର ଉପରେ ଚଢ଼ଉ କରି ୨୨ ମିନିଟ୍ରେ ସେଗୁଡ଼ିକୁ ମାଟିରେ ମିଶାଇ ଦେଇଥିଲୁ।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Prev Post
Next Post