ପଞ୍ଜାବର ସମସ୍ତ ଲୋକସଭା ଆସନରେ ‘ଆପ୍’ ପ୍ରାର୍ଥୀ ଦେବ
ପଞ୍ଜାବର ସମସ୍ତ ଲୋକସଭା ଆସନରେ ‘ଆପ୍’ ପ୍ରାର୍ଥୀ ଦେବା ନେଇ କେଜ୍ରିୱାଲ ଘୋଷଣା କରିଛନ୍ତି । ପଞ୍ଜାବରେ କଂଗ୍ରେସ ସହ କୌଣସି ମେଣ୍ଟ ହେବ ନାହିଁ ବୋଲି ଆପ୍ ସ୍ପଷ୍ଟ କରିଛି। ଆମ ଆଦମୀ ପାର୍ଟି ପକ୍ଷରୁ ପଞ୍ଜାବର ୧୩ ଏବଂ ଚଣ୍ଡିଗଡ଼ର ୧୪ ଆସନରେ ପ୍ରାର୍ଥୀ ଦେବ ବୋଲି ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ପଞ୍ଜାବର ଏକ ସାଧାରଣ ସଭାରେ ଯୋଗଦେବା ଅବସରରେ ଏଭଳି ଘୋଷଣା କରିଛନ୍ତି କେଜ୍ରିଓ୍ବାଲ ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ରାଷ୍ଟ୍ରୀୟ ଆବାହକ କେଜ୍ରିୱାଲ କହିଛନ୍ତି, “ଆଜି ମୁଁ ପୁଣି ଥରେ ହାତଯୋଡ଼ି ଆପଣଙ୍କର (ଲୋକଙ୍କ) ଆଶୀର୍ବାଦ ଲୋଡିଛି। ଦୁଇ ମାସ ପରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ। ପଞ୍ଜାବରେ ୧୩ଟି (ଲୋକସଭା) ଆସନ ଅଛି, ଚଣ୍ଡିଗଡ଼ରେ ଗୋଟିଏ | ଆପ୍ ଏହି ୧୪ଟି ଆସନ ପାଇଁ ଆସନ୍ତା ୧୦-୧୫ ଦିନ ମଧ୍ୟରେ ପ୍ରାର୍ଥୀ ଘୋଷଣା କରିବ। ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ‘ଇଣ୍ଡିଆ’ ମେଣ୍ଟର ନେତାଙ୍କ ଚିନ୍ତା ବଢ଼ାଇ ଦେଇଛି । ପୂର୍ବରୁ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ସ୍ପଷ୍ଟ କରିଥିଲେ ଯେ ତାଙ୍କ ଦଳ ପଶ୍ଚିମବଙ୍ଗରେ ଏକା ଲଢ଼ିବ । ଏହାପରେ ଜନତା ଦଳ (ୟୁନାଇଟେଡ୍) ମୁଖ୍ୟ ନୀତୀଶ କୁମାର ‘ଇଣ୍ଡିଆ’ ମେଣ୍ଟ ଛାଡ଼ି ଏନଡିଏକୁ ଫେରିଥିଲେ ।