ତିହାର ଜେଲ୍‌ରେ ମନୀଷ ସିସୋଦିଆଙ୍କୁ ପ୍ରଶ୍ନ କରିବ ଇଡି

 ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପ୍ରଶ୍ନ କରିବ। ଏହାପୂର୍ବରୁ ତିହାର ଜେଲ୍‌ରେ ସିସୋଦିଆଙ୍କ ବିବୃତ୍ତି ରେକର୍ଡ କରିବାକୁ  କୋର୍ଟରେ ଅନୁମତି ମାଗିବାକୁ ଆବେଦନ କରିପାରେ। ଅର୍ଥ ହେରଫେର ରୋକିବାକୁ ଥିବା ଆକ୍ଟ ଅଧୀନରେ ସିସୋଦିଆଙ୍କ ବିବୃତ୍ତି ରେକର୍ଡ କରିବାକୁ ଇଡିର ଅଧିକାରୀମାନେ ତିହାର ଜେଲରେ ପହଞ୍ଚିବେ । ଗତ ମାସରେ ଏହି ମାମଲାରେ ସିସୋଦିଆଙ୍କୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (ସିବିଆଇ) ଗିରଫ କରିଥିଲା ​​ଏବଂ ସେ ବର୍ତ୍ତମାନ ନ୍ୟାୟିକ ହେପାଜତରେ ଅଛନ୍ତି।