ଟନେଲ ଭିତରୁ ଉଦ୍ଧାର ହେବେ ଶ୍ରମିକ

ମିଳିବ ନୂଆ ଜୀବନ

୧୭ ଦିନରୁ ଫସି ରହିଥିବା ଶ୍ରମିକଙ୍କ ପାଇଁ ସୃଷ୍ଟି ହୋଇଛି ଏକ ନୂଆ ସମ୍ଭାବନା । ପୁଣି ମିଳିଯାଇଛି ଉଦ୍ଧାର ହେବାର ନୂଆ ଆଶା । ଉଦ୍ଧାରକାରୀ ଦଳର ‘ର୍ୟାଟ୍ ହୋଲ ମାଇନିଙ୍ଗ’ ଉପାୟ ସଫଳତାର ଖୁବ ନିକଟରେ ପହଞ୍ଚିଛି । ଖୁବଶୀଘ୍ର ଶ୍ରମିକମାନେ ଉଦ୍ଧାର ହୋଇ ବାହାରକୁ ଆସିପାରନ୍ତି ବୋଲି ସୂଚନା ମିଳିଛି । ୧୭ ଦିନର ଅନ୍ଧକାର ପରେ ଆଜି ନୂଆ ସୂର୍ଯ୍ୟୋଦୟ ଦେଖିବେ ୪୧ ଜଣ ଶ୍ରମିକ । ଶ୍ରମିକମାନଙ୍କ ପାଖରୁ ଆଉ ମାତ୍ର ୫-୬ ମିଟରୁ ଦୂରରେ ରହିଛି ଉଦ୍ଧାରକାରୀ ଦଳ । ଖୁବଶୀଘ୍ର ସେମାନଙ୍କ ପାଖରେ ପହଞ୍ଚି ଶ୍ରମିକମାନଙ୍କୁ ଟନେଲ ଭିତରୁ ବାହାର କରିପାରନ୍ତି ରେସ୍କ୍ୟୁ ଟିମ୍ ।

ରିପୋର୍ଟ ଅନୁସାରେ, ୧୨ ତାରିଖରେ ଟନେଲ ଭୁଷୁଡ଼ି ପଡ଼ିବାରୁ ଏହା ତଳେ ୪୧ ଜଣ ଶ୍ରମିକ ଫସି ଯାଇଥିଲେ । ତେବେ ସେହି ଦିନରୁ ସେମାନଙ୍କୁ ଉଦ୍ଦାର କରିବା ପାଇଁ ଚେଷ୍ଟା ଜାରି ରହିଛି । କିନ୍ତୁ ବାରମ୍ବାର ବିଭିନ୍ନ ସମସ୍ୟା ସୃଷ୍ଟି ହେବାରୁ ବର୍ତ୍ତମାନ ପର୍ଯ୍ୟନ୍ତ ବାହାରକୁ ବାହାରି ପାରିନାହାନ୍ତି ଏହି ଶ୍ରମିକ । ତେବେ ଏବେ ସେହି ସମୟ ପାଖେଇ ଆସୁଛି । ଆଉ ଅଳ୍ପ ସମୟ ମଧ୍ୟରେ ଶ୍ରମିକ ମାନେ ଟନେଲ ଭିତରୁ ବାହାରି ପାରନ୍ତି । ଅଗର ମେସିନ ଭାଙ୍ଗିଯିବା ପରେ ହାତରେ ଖେଳିବା ଆରମ୍ଭ କରିଥିଲେ ଉଦ୍ଧାରକାରୀ ଦଳ । ତେବେ ର୍ୟାଟ୍ ହୋଲ ମାଇନିଙ୍ଗ ପ୍ରକ୍ରିୟାରେ ପ୍ରାୟ ୫୦ ମିଟରରୁ ଅଧିକ ଖୋଳା ସରିବା ପରେ ଏବେ ମିଳିଛି ଖୁସି ଖବର ।