ତେଲୁଗୁ ଦେଶମ ପାର୍ଟି (ଟିଡିପି) ସାଧାରଣ ସମ୍ପାଦକ ନାରା ଲୋକେଶ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ଜେଲରେ ତାଙ୍କ ପିତା ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରାବାବୁ ନାଇଡୁଙ୍କ ଜୀବନ ପ୍ରତି ବିପଦ ଥିବା ଆଶଙ୍କା ପ୍ରକାଶ କରିଛନ୍ତି। ଦକ୍ଷତା ବିକାଶ ସ୍କାମ ମାମଲାରେ ନାଇଡୁ ସେପ୍ଟେମ୍ବର ୧୧ରୁ ଆନ୍ଧ୍ରପ୍ରଦେଶର ରାଜହମୁଣ୍ଡ୍ରି ସେଣ୍ଟ୍ରାଲ ଜେଲରେ ନ୍ୟାୟିକ ହେପାଜତରେ ଅଛନ୍ତି। ତାଙ୍କର ନ୍ୟାୟିକ ହେପାଜତ ଅକ୍ଟୋବର ୧୯ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
ତାଙ୍କ (ନାଇଡୁ) ଙ୍କ ଜୀବନ ପ୍ରତି ବିପଦ ଥିବା ଜେଲର ଭୟାବହ ଅବସ୍ଥା ବିଷୟରେ ସୂଚନା ଦେଇ ଲୋକେଶ ତାଙ୍କ ପୋଷ୍ଟରେ କହିଛନ୍ତି। ଆନ୍ଧ୍ର ପ୍ରଦେଶର ସିଆଇଡି ଅମରାବତୀ ଇନର୍ ରିଙ୍ଗ ରୋଡ ସ୍କାମ ମାମଲାରେ ନାଇଡୁଙ୍କୁ ପଚରାଉଚରା କରିବାର ଗୋଟିଏ ଦିନ ପରେ ଲୋକେଶ ଶାହାଙ୍କୁ ଭେଟିଥିଲେ। ନିକଟରେ ଲୋକେଶ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ତାଙ୍କ ପିତାଙ୍କ ଗିରଫଦାରୀ ମାମଲାରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ।
Trending
- ବିଜେଡି ନେତା ଦିଲ୍ଲୀପ ନାୟକଙ୍କୁ କାହିଁକି ଉଠାଇ ନେଲା EOW !
- ବିଦ୍ୟାଳୟରେ ଭଗବତ ଗୀତା ପାଠ କରିବେ ଛାତ୍ରଛାତ୍ରୀ
- ମାତ୍ର ୪ ମିନିଟ ଚାଲିବା ପରେ ଅପରାହ୍ଣ ୪ଟା ଯାଏ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି
- ରାହୁଲ ଦେଶରେ ନିଆଁ ଲଗାଇବାକୁ ଚାହୁଁଛନ୍ତି : ବିଜେପି
- ଶୁଭମିତ୍ରା ହତ୍ୟାକାରୀ ଦୀପକଙ୍କ ଗୁମର ଫିଟୁଛି
- ସୁଭଦ୍ରା ଯୋଜନାର ହିତାଧିକାରୀମାନେ ୬୦ ବର୍ଷ ବୟସ ପ୍ରାପ୍ତ କରିବା ପରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରିପାରିବେ
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
Next Post