ଚନ୍ଦ୍ରର ପ୍ରଥମ ଫଟୋ ପଠାଇଲା ଚନ୍ଦ୍ରଯାନ-୩
ଚନ୍ଦ୍ରଯାନ-୩ ଚନ୍ଦ୍ରର ପ୍ରଥମ ଫଟୋ ପଠାଇଛି। ଚନ୍ଦ୍ରର କକ୍ଷ ପଥରେ ପହଞ୍ଚିବା ପରେ ଚନ୍ଦ୍ରଯାନ ୩ ପ୍ରଥମ ଥର ପାଇଁ ଏକ ସ୍ପଷ୍ଟ ଚିତ୍ର ପଠାଇଛି । ଆଗକୁ ଆହୁରି ସ୍ପଷ୍ଟ ଚିତ୍ର ସହିତ ଅଧିକ ତଥ୍ୟ ପଠାଇବ ବୋଲି ଆଶା ପ୍ରକାଶ କରିଛନ୍ତି ବୈଜ୍ଞାନିକ । ଏଯାଏ ଚନ୍ଦ୍ରଯାନ-୩ର ସମସ୍ତ ପର୍ଯ୍ୟାୟ ସଫଳତାର ସହିତ ଜାରି ରହିଛି । ଏକ ସରଳ ଯାତ୍ରା କରୁଛି ଚନ୍ଦ୍ରଯାନ ୩ । ଚନ୍ଦ୍ରଯାନ-୩ ଏବେ ଚନ୍ଦ୍ରର ଦୁଇ ତୃତୀୟାଂଶରୁ ଅଧିକ ଦୂର ଅତିକ୍ରମ କରିସାରିଲାଣି । ଭାରତୀୟ ମହକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଟ୍ବିଟ୍ କରିଥିବା ଚନ୍ଦ୍ରମାର ପ୍ରଥମ ଫଟୋର ବାମପଟେ ସ୍ବର୍ଣ୍ଣିମ ରଙ୍ଗର ଚନ୍ଦ୍ରଯାନର ସୋଲାର ପ୍ୟାନେଲ ଦୃଶ୍ୟମାନ ହେଉଛି।
The Moon, as viewed by #Chandrayaan3 spacecraft during Lunar Orbit Insertion (LOI) on August 5, 2023.#ISRO pic.twitter.com/xQtVyLTu0c
— LVM3-M4/CHANDRAYAAN-3 MISSION (@chandrayaan_3) August 6, 2023
ଏହା ସମ୍ମୁଖରେ ଚନ୍ଦ୍ରପୃଷ୍ଠର ଗର୍ତ୍ତଗୁଡ଼ିକ ଦେଖାଯାଉଛି । ଚନ୍ଦ୍ରଯାନକୁ ୧୦ରୁ ୧୨ ହଜାର କିଲୋମିଟର ବିଶିଷ୍ଟ କକ୍ଷପଥରେ ପ୍ରବେଶ କରାଇବା କାର୍ଯ୍ୟ ସଫଳତାର ସହ ସଂପନ୍ନ ହୋଇଛି। ୯ ଅଗଷ୍ଟରେ ଏହା ୪ରୁ ୫ ହଜାର କିମି ବିଶିଷ୍ଟ କକ୍ଷପଥରେ ପ୍ରବେଶ କରିବ। ଆସନ୍ତା ୨୩ ତାରିଖରେ ଏହା ଚନ୍ଦ୍ରପ୍ୟଷ୍ଠରେ ଅବତରଣ କରିବ।