ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଘୂରି ବୁଲିବା ସହ ମାଟିର ତାପମାତ୍ରା ରେକର୍ଡ

ଚନ୍ଦ୍ରରୁ ନୂଆ ତଥ୍ୟ ପଠାଇଛି ଚନ୍ଦ୍ରଯାନ-୩ । ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଘୂରି ବୁଲିବା ସହ ମାଟିର ତାପମାତ୍ରା ରେକର୍ଡ କରି ରିପୋର୍ଟ ଦେଇଛି ଚାଷ୍ଟି ପେଲୋଡ । ଚନ୍ଦ୍ରସ ସରଫେସ ଥରମୋଫିଜିକାଲ ଏକ୍ସପେରିମେଣ୍ଟ ତାପମାତ୍ରା ପ୍ରୋଫାଇଲ ପ୍ରସ୍ତୁତ କରିଛି । ଗ୍ରାଫରେ ଚନ୍ଦ୍ରପୃଷ୍ଠର ତାପମାତ୍ରା ମାଇନସ ୧୦ରୁ ୫୦ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ରେକର୍ଡ ହୋଇଛି । ମାଟିର ୧୦ ସେଣ୍ଟିମିଟର ପର୍ଯ୍ୟନ୍ତ ତାପମାତ୍ରାର ଗ୍ରାଫ୍ ଇସ୍ରୋ ଟୁଇଟରରେ ସେୟାର କରିଛି । ଚନ୍ଦ୍ରର ଦକ୍ଷିଣ ମେରୁରେ ପ୍ରଥମ ଥର ଲାଗି ଏଭଳି ଯାଞ୍ଚ କରାଯାଇଥିବା ବେଳେ ମାଟିର ତାପମାତ୍ରା ରେକର୍ଡ କରାଯାଇଛି ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି । ଗତ ୨୩ ତାରିଖରେ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡ କରିବା ପରେ ଗବେଷଣା ଚଳାଇଛି ଚନ୍ଦ୍ରଯାନ-୩ ।