ଗୁଜରାଟ ଅହମ୍ମଦାବାଦ ରଥଯାତ୍ରାରେ ଅଘଟଣ

ଅହମ୍ମଦାବାଦ: ଗୁଜରାଟର ଅହମ୍ମଦାବାଦରେ ମହାପ୍ରଭୁଙ୍କ ରଥଯାତ୍ରା ବେଳେ ଅଘଟଣ ଘଟିବାରୁ ଜଣେ ଶ୍ରଦ୍ଧାଳୁଙ୍କୁ ମୃତ୍ୟୁ ହୋଇଛି ।  ଦୁଇ ମହଲା କୋଠାର ବାଲକୋନି ଭୁଶୁଡ଼ି ପଡ଼ିବାରୁ ୧୦ ଜଣ ଆହତ ହୋଇଛନ୍ତି ।  ବାଲକୋନୀରେ ରଥଯାତ୍ରା ଦେଖିବା ପାଇଁ କ୍ଷମତାଠୁ ଅଧିକ ଲୋକ ଛିଡା ହୋଇଥିଲେ । ଏହି ଘଟଣା ଦରିୟାପୁର ଅଞ୍ଚଳରେ ଘଟିଛି । ଅବଶ୍ୟ ବାଲକୋନୀରୁ ପଡ଼ିଥିବା ଲୋକମାନଙ୍କୁ କମ୍ ଆଘାତ ଆସିଛି । ହେଲେ ତଳେ ରଥ ଟଣା ଦେଖୁଥିବା ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି । ଏହି ଅଘଟଣ ପରେ ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଦୁର୍ଘଟଣାରେ ଆହତଙ୍କୁ ନିକଟସ୍ଥ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରେ ୩ ଶିଶୁଙ୍କ ସମେତ ୧୦ ଜଣ ସାମିଲ ଅଛନ୍ତି ।