ଖାଉଟିଙ୍କୁ ଆଶ୍ବସ୍ତି, ୨ଶହ ଟଙ୍କା କମିବ ଗ୍ୟାସ୍ ଦର
ଦେଶରେ ଦରବୃଦ୍ଧିକୁ ନେଇ ସାଧାରଣ ଲୋକ ଚିନ୍ତାରେ ଥିବାବେଳେ ମୋଦୀ ସରକାର ରାକ୍ଷୀପୂର୍ଣ୍ଣିମା ଅବସରରେ ଏଲପିଜି ଉପଭୋକ୍ତାଙ୍କୁ ଉପହାର ଦେବାକୁ ଯାଉଛନ୍ତି। ମହଙ୍ଗା ଏଲପିଜି ସିଲିଣ୍ଡରକୁ ନେଇ ବିରୋଧୀଙ୍କ କ୍ରମାଗତ ଟାର୍ଗେଟ ସହ ଆଗାମୀ ଦିନରେ କିଛି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମୋଦୀ ସରକାର ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୦୦ ଟଙ୍କା ହ୍ରାସ କରିବାକୁ ଘୋଷଣା କରିଛନ୍ତି । ୨ଶହ ଟଙ୍କା ଶସ୍ତା ହୋଇଛି ଘରୋଇ ଏଲପିଜି ଗ୍ୟାସ ଦର । ଉଜ୍ଜଳା ଯେଜାନାରେ ଅନ୍ତର୍ଭୂକ୍ତ ଘରୋଇ ଗ୍ୟାସ ଦର ୨ଶହ ହ୍ରାସ କରିଛନ୍ତି କେନ୍ଦ୍ର ସରକାର । ତେବେ ଘରୋଇ ଗ୍ୟାସ ସିଲିଣ୍ଡରରେ କୌଣସି ପରିବର୍ତ୍ତନ ହୋଇନାହିଁ । ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ଘୋଷଣା କରାଯାଇଛି । ଉଜ୍ଜଳା ଯୋଜନାରେ ସରକାର ୨ଶହ ଟଙ୍କାର ସବସିଡି ଘୋଷଣା କରିଛନ୍ତି । ୧୪ କିଲୋ ୨ଶହ ଗ୍ରାମ ସିଲିଣ୍ଡର ଉପରେ ଏହି ସବିସିଡି ଲାଗୁହେବ । ପୂର୍ବରୁ ଉଜ୍ଜଳା ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀମାନେ ୨ଶହ ଟଙ୍କାର ସବସିଡି ପାଉଥିଲେ । ଏବେ ଅତିରିକ୍ତ ୨ଶହ ଟଙ୍କାର ସବସିଡି ପାଇବେ । ୨୦୧୬ରୁ ଉଜ୍ଜଳା ଯୋଜନା କେନ୍ଦ୍ର ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବାବେଳେ ମାର୍ଚ୍ଚ ୨୦୨୩ ସୁଦ୍ଧା ୯ କୋଟିରୁ ଅଧିକ ଉପଭୋକ୍ତା ସାମିଲ ହୋଇଛନ୍ତି ।