କାଶ୍ମୀରରେ ଭୂକମ୍ପର ଝଟକା
ଆଜି ଜାମ୍ମୁ କାଶ୍ମୀରର ବାରାମୂଳାରେ ସକାଳୁ ସକାଳୁ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର କହିଛି ଯେ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୯ ରେକର୍ଡ କରାଯାଇଛି ।ଏହାପୂର୍ବରୁ ଜୁଲାଇ ୧୨ ରେ ବାରାମୁଲାରେ ଏକ ଭୂକମ୍ପ ହୋଇଥିଲା । ରାତି ୧୨:୨୬ ରେ ଲୋକମାନେ କମ୍ପନ ଅନୁଭବ କଲେ । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୧ ରେ ମାପ କରାଯାଇଥିଲା ।