ଡିଜିସିଏ ଏହା ଏୟାର ଇଣ୍ଡିଆ ଉପରେ ଲଗାଇଛି ୧୦ ଲକ୍ଷ ଟଙ୍କା ଜରିମାନା। ବେସାମରିକ ବିମାନ ଚଳାଚଳ ଆବଶ୍ୟକତା (ସିଏଆର୍)ର ଉଲ୍ଲଂଘନ ପାଇଁ ଡିଜିସିଏ ଏୟାର ଇଣ୍ଡିଆ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସିଏଆର୍ ଉଲ୍ଲଂଘନ ପାଇଁ ଏୟାର ଇଣ୍ଡିଆକୁ କାରଣ ଦର୍ଶାଅ ନୋଟିସ୍ ମଧ୍ୟ ଜାରି କରାଯାଇଛି। ସିଏଆର୍ ପାଳନ ନ କରିବା ଉପରେ ବିମାନ କମ୍ପାନୀ ଉପରେ ୧୦ ଲକ୍ଷ ଟଙ୍କା ଜରିମାନା ଲାଗୁ କରାଯାଇଛି ଡିଜିସିଏ ମଙ୍ଗଳବାର କହିଛି ଯେ ୨୦୨୩ ମେ’ରୁ ସେ ବିଭିନ୍ନ ପ୍ରମୁଖ ବିମାନବନ୍ଦରରେ ନିର୍ଦ୍ଧାରିତ ଘରୋଇ ଏୟାରଲାଇନ୍ଗୁଡ଼ିକର ଯାଞ୍ଚ କରୁଛି। ଯାଞ୍ଚ ସମୟରେ ଜଣା ପଡ଼ିଥିଲା ଯେ ଏୟାର ଇଣ୍ଡିଆ ସମ୍ବନ୍ଧିତ ସିଏଆର୍ର ନିୟମଗୁଡ଼ିକୁ ପାଳନ କରୁନାହିଁ। ଏଭଳି ସ୍ଥଳେ ଏୟାର ଇଣ୍ଡିଆକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ସିଏଆର୍ର ନିୟମ କାହିଁକି ପାଳନ କରାଯାଇ ନାହିଁ, ତାହାର ଜବାବ ମାଗିଛି ଡିଜିସିଏ।ଜଣେ ପୂର୍ବତନ ବରିଷ୍ଠ ପାଇଲଟ୍ ଏୟାର ଇଣ୍ଡିଆ ବିରୋଧରେ ଡିଜିସିଏରେ ଅଭିଯୋଗ କରିଥିଲେ। ଅଭିଯୋଗର ତଦନ୍ତ ଆରମ୍ଭ ହେବାର କିଛି ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମିଡିଆ ରିପୋର୍ଟ ମୁତାବକ, ଅଭିଯୋଗରେ ଦାବି କରାଯାଇଥିଲା କି, ଜରୁରୀକାଳୀନ ଅମ୍ଳଜାନ ଯୋଗାଣର ବ୍ୟବସ୍ଥା ବିନା ଆମେରିକାରେ ଏୟାରଲାଇନ୍ ବିମାନଗୁଡ଼ିକର ସଞ୍ଚାଳନ କରୁଥିଲା।
Trending
- ସୁଭଦ୍ରା ଯୋଜନାର ହିତାଧିକାରୀମାନେ ୬୦ ବର୍ଷ ବୟସ ପ୍ରାପ୍ତ କରିବା ପରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରିପାରିବେ
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଭଣ୍ଡ ସନ୍ନ୍ୟାସୀ କିଏ?
- ୯୧୩ଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
Next Post