ଅକ୍ଟୋବର ୭ରେ ଭାରତ ଆସିବେ

ଅକ୍ଟୋବର ୭ରୁ ମାଲଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ନ୍ୟୁଜ୍ ଏଜେନ୍ସି ଏଏନଆଇ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗତ ବର୍ଷ କାର୍ଯ୍ୟଭାର ଗ୍ରହଣ କରିବା ପରଠାରୁ ଏହା ମୁଇଜୁଙ୍କ ପ୍ରଥମ ଦ୍ୱିପାକ୍ଷିକ ଗସ୍ତ।ନିକଟରେ, ନ୍ୟୁୟର୍କରେ ୭୯ତମ ମିଳିତ ଜାତିସଂଘ ସାଧାରଣ ସଭା (ୟୁଏନଜିଏ)ର ପ୍ରସଙ୍ଗରେ ମୁଇଜ୍ଜୁ ଏଏନଆଇକୁ କହିଛନ୍ତି ଯେ ସେ ଯଥାଶୀଘ୍ର ଭାରତ ଗସ୍ତ କରିବାକୁ ଯୋଜନା କରୁଛନ୍ତି। ଦୁଇ ଦେଶ ମଧ୍ୟରେ ଥିବା  ଦୃଢ଼ ଦ୍ୱିପାକ୍ଷିକ ସମ୍ପର୍କକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି।ନ୍ୟୁଜ୍ ଏଜେନ୍ସି ଏଏନଆଇକୁ ଦେଇଥିବା ଏକ ସାକ୍ଷାତକାରରେ ମୁଇଜ୍ଜୁ କହିଛନ୍ତି ଯେ ମୁଁ ଶୀଘ୍ର ଭାରତ ଗସ୍ତ କରିବାକୁ ଯୋଜନା କରୁଛି। ଭାରତ ସହିତ ଆମର ବେଶ୍ ଭଳ ଦ୍ୱିପାକ୍ଷିକ ସମ୍ପର୍କ ଅଛି।