ବିହାରରେ ରାଜନୈତିକ ଦଳମାନେ ଏସଆଇଆରକୁ ନେଇ ହୋହାଲ୍ଲା କରୁଛନ୍ତି । କିନ୍ତୁ କୈାଣସି ଭୋଟର ଯାହାର ନାମ କଟିଛି ସେମାନେ ଆଜି ପର୍ଯ୍ୟନ୍ତ ଅଭିଯୋଗ କରିନାହାଁନ୍ତି । ଯାହାକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି । ବିହାରରେ ୧.୬୮ ଲକ୍ଷରୁ ଅଧିକ ବୁଥ୍-ସ୍ତରୀୟ ଏଜେଣ୍ଟ (ବିଏଲ୍ଏ) ଅଛନ୍ତି । କିନ୍ତୁ ଏସ୍ଆଇଆର୍ ଦ୍ବାରା ଲକ୍ଷ ଲକ୍ଷ ଭୋଟରଙ୍କୁ ବଞ୍ଚିତ କରିବ ବୋଲି ବିରୋଧୀ ଦାବି କରୁଥିବା ବେଳେ ଅଗଷ୍ଟ ପହିଲାରେ ନିର୍ବାଚନ ଆୟୋଗ ଦ୍ୱାରା ପ୍ରକାଶିତ ଡ୍ରାଫ୍ଟ ଭୋଟର ତାଲିକାରେ ପ୍ରାୟ ୬୫ ଲକ୍ଷ ଭୋଟରଙ୍କୁ ବାଦ୍ ଦିଆଯାଇଛି। ଅନେକ ବିରୋଧୀ ଦଳ ଏହି ସଂଖ୍ୟାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରି ଦାବି କରିଛନ୍ତି ଯେ ଯେଉଁମାନେ ଜୀବିତ ଅଛନ୍ତି ସେମାନଙ୍କ ମଧ୍ୟରୁ ଅନେକଙ୍କୁ ଡ୍ରାଫ୍ଟ ତାଲିକାରେ ମୃତ ଘୋଷଣା କରାଯାଇଛି। ସୁପ୍ରିମ୍କୋର୍ଟ କହିଛନ୍ତି, ଆମେ ରାଜନୈତିକ ଦଳଗୁଡ଼ିକର ନିଷ୍କ୍ରିୟତା ଦେଖି ଆଶ୍ଚର୍ଯ୍ୟ ହୋଇଛୁ। ଏତେ ସଂଖ୍ୟାରେ ବିଏଲ୍ଏ (ବୁଥ୍-ସ୍ତରୀୟ ଏଜେଣ୍ଟ) ନିଯୁକ୍ତ ହେବା ପରେ ସେମାନେ କ’ଣ କରୁଛନ୍ତି? ରାଜନୈତିକ ଦଳମାନେ ଭୋଟରଙ୍କୁ ସାହାଯ୍ୟ କରିବା ଦରକାର ବୋଲି କୋର୍ଟ କହିଛନ୍ତି। ଡ୍ରାଫ୍ଟ ତାଲିକାରେ ଅନ୍ତର୍ଭୁକ୍ତ ହୋଇ ନ ଥିବା ୬୫ ଲକ୍ଷ ଲୋକ ଜୀବିତ ଅଛନ୍ତି ନା ମୃତ୍ୟୁବରଣ କରିଛନ୍ତି କିମ୍ବା ସ୍ୱେଚ୍ଛାକୃତ ଭାବେ ସେମାନଙ୍କ ବାସସ୍ଥାନ ସ୍ଥାନାନ୍ତର କରିଛନ୍ତି ତାହା ସମସ୍ତ ରାଜନୈତିକ ଦଳର ବିଏଲ୍ଏମାନେ ଯାଞ୍ଚ କରିବେ ବୋଲି କୋର୍ଟ କହିଛନ୍ତି।
‘ଆପତ୍ତି ଦାଖଲ କରିବାକୁ ଅନୁମତି ଦିଆଯାଉନାହିଁ’
Trending
- ବୁଲା କୁକୁରଙ୍କୁ ମାଂସ ଦିଆଯିବ ନାହିଁ
- ହୀରାକୁଦର ୪ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ
- ବୁଲା କୁକୁରଙ୍କୁ ଆଉ ବଳକା ମାଂସ ଦିଆଯିବନି
- ଏସ୍ଆଇଆର୍ ବିବାଦ : କଟିଥିବା ଭୋଟର ଅଭିଯୋଗ କରୁନାହାଁନ୍ତି
- ମୋଦି କହିଲେ ଜେଲ୍ରୁ କେହି ନିର୍ଦ୍ଦେଶ ଦେଇପାରିବେନି
- ବଦଳିଲେ ୮ ଜିଲ୍ଲା ଏସ୍ପି
- ଇସ୍ରୋର ପ୍ରଥମ ଗଗନଯାନ ପରୀକ୍ଷଣ
- ପ୍ରାର୍ଥିପତ୍ର ଦାଖଲ କଲେ ସୁଦର୍ଶନ ରେଡ୍ଡୀ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଟେଲିଫୋନରେ କଥା ହେଲେ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରୋଁ
- ୩୮୦ ଗଣପତି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ
Next Post