୨୦୨୨ ବଜେଟ୍ ଉପସ୍ଥାପନା : କଣ ସବୁ ଫୋକସ୍ରେ ରହିଛି
ମେଟ୍ରୋ ଟିଭି ଓଡିଶା,୧/୨ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ବଜେଟରେ ଖାସ୍ କରି ମହିଳା, କୃଷକ, ତଫସିଲଭୁକ୍ତ ଜାତି ଏବଂ ଯୁବଗୋଷ୍ଠୀଙ୍କ ଉପରେ ଫୋକସ୍ କରାଯାଇଛି। ଏଥି ସହିତ ନିର୍ମଳା ସୀତାରମଣ କହିଛନ୍ତି କି, ସମସ୍ତଙ୍କ କଲ୍ୟାଣ ହିଁ ଆମର ଲକ୍ଷ୍ୟ।
ଏହି ବଜେଟ୍ ବ୍ୟବସ୍ଥାରେ କଣ ସବୁ ଫୋକସରେ ରହିଛି – ୬୦ ଲକ୍ଷ ନିଯୁକ୍ତି ଦିଆଯିବ।
-ଆଗାମୀ ୩ ବର୍ଷରେ ନୂଆ ପିଢ଼ିର ୪୦୦ ବନ୍ଦେ ଭାରତ ଟ୍ରେନ ଚଳାଯିବ।
-୩ ବର୍ଷ ମଧ୍ୟରେ ୧୦୦ ଚଗ ଗତି ଶକ୍ତି କାର୍ଗୋ ଟର୍ମିନାଲ୍ ବିକଶିତ କରାଯିବ।
-୧.୫ ଲକ୍ଷ ଡାକଘର କୋର ବ୍ୟାଙ୍କିଙ୍ଗ ଅଧୀନରେ ଆସିବ। ଡାକଘରେ ମଧ୍ୟ ଅନଲାଇନ୍ ଟ୍ରାନ୍ସଫର ସମ୍ଭବ ହେବ।
- ବର୍ଷ ୨୦୨୨-୨୩ରେ ୮୦ ଲକ୍ଷ ନୂଆ ଘର ନିର୍ମାଣ କରାଯିବ।
- ଦେଶରେ ଏକ ଡିଜିଟାଲ୍ ବିଶ୍ୱବିଦ୍ୟାଳୟ ଗଢ଼ାଯିବ।
- ୨୦,୦୦୦ କୋଟି ଟଙ୍କା ବ୍ୟୟରେ ୨୫ ହଜାର କିଲୋମିଟରର ଜାତୀୟ ରାଜପଥ ନିର୍ମାଣ କରାଯିବ।
- ଦେଶରେ ୫ ବଡ଼ ନଦୀକୁ ସଂଯୋଗ କରିବା ପାଇଁ ଜଳ ସମ୍ପଦ ବିକାଶ ମନ୍ତ୍ରଣାଳୟ ସାହାଯ୍ୟରେ କାର୍ୟ୍ୟ କରାଯିବ।
- ୭୫ ଜିଲ୍ଲାରେ ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ସେବା ଆରମ୍ଭ ହେବ।
- ୨୦୨୨-୨୩ରେ ଇ-ପାସପୋର୍ଟ ଲାଗୁ ହେବ।
- ସହରର ବିକାଶ ପାଇଁ ସେଣ୍ଟର ଅଫ୍ ଏକ୍ସିଲେନ୍ସ ସ୍ଥାପିତ ହେବ।
- ଓ୍ଵାନ ନେଶନ, ଓ୍ଵାନ ରେଜିଷ୍ଟ୍ରେଶନ ଯୋଜନା ଆରମ୍ଭ ହେବ। ଏହାଦ୍ୱାରା ବ୍ୟବସାୟ କରିବାରେ ସହଜ ହେବ।
- ବୈଦ୍ୟୁତିକ ଯାନ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରାଇଭେଟ୍ ସେକ୍ଟରକୁ ପ୍ରୋତ୍ସାହିତ କରାଯିବ।