ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ନୂତନ ଏସ୍ୟୁଭି ‘ମହିନ୍ଦ୍ରା ଥାର୍ ରକ୍ସ’ର ଓ୍ବାର୍ଲଡ ପ୍ରିମିୟର ସହ ଅନାବରଣ ନିକଟରେ ହୋଇଯାଇଛି। ଏପରିକି ‘ମହିନ୍ଦ୍ରା ଥାର୍ ରକ୍ସ’ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି।
ଉଲ୍ଲେଖଯୋଗ୍ୟ, ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ତଥା ଏସ୍ୟୁଭି ଉତ୍ପାଦକ (ନିର୍ମାତା) ମହିନ୍ଦ୍ରା ତା’ର ଏହି ନୂତନ ଏସ୍ୟୁଭି ମହିନ୍ଦ୍ରା ଥାର୍ ରକ୍ସ ଜରିଆରେ ଏକ ନୂତନ କ୍ଷମତା ପ୍ରଦର୍ଶନ ସହ ଶିଳ୍ପରେ ମଧ୍ୟ ନୂଆ ମାଇଲଖୁଣ୍ଟ ହାସଲ କରିବାକୁ ଲକ୍ଷ୍ୟ ରଖିଛି।ସେହିଭଳି ‘ମହିନ୍ଦ୍ରା ଥାର୍ ରକ୍ସ’ରେ ୨ଲିଟର ଟର୍ବୋ ପେଟ୍ରୋଲ ଏବଂ ୨.୨ଲିଟର ଡିଜେଲ ଇଞ୍ଜିନର ବିକଳ୍ପ ମଧ୍ୟ ଉପଲବ୍ଧ। ଏପରିକି ୫ସିଟର ବିଶିଷ୍ଠ ଏହି ମଡେଲରେ ୬ଟି ମାନୁଆଲ ଏବଂ ୬ଟି ଅଟୋମେଟିକ୍ ଟ୍ରାନ୍ସ ମିଶନ ସୁବିଧା ରହିଛି।ସେହିପରି ୨୦୨୦ ଅଗଷ୍ଟ ୧୫ରେ ବ୍ରାଣ୍ଡ୍ର ଥାର୍ ମଡେଲ ବା ମହିନ୍ଦ୍ରା ଥାର୍ ବଜାରରେ ପ୍ରବେଶ ସହ ଶିଳ୍ପରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଥିଲା।ଏ ସମ୍ପର୍କରେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ପ୍ରେସିଡେଣ୍ଟ (ଅଟୋମୋଟିଭ ସେକ୍ଟର) ବିଜୟ ନାକ୍ରା କହିଥିଲେ, ଆମେ ଆମର ନୂତନ ଏସ୍ୟୁଭିର ସର୍ବଭାରତୀୟ ଉନ୍ମୋଚନ ସହ ଓ୍ବାର୍ଲଡ ପ୍ରିମିୟର ଅନାବରଣକରି ବେଶ୍ ଉତ୍ସାହିତ ଅଛୁ।
Trending
- ରାହୁଲ, ସୋନିଆଙ୍କ ସହ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ
- ଗୋଟିଏ ଦିନରେ ବିଜେଡି ସମର୍ଥିତ ୩ ଜଣ ବ୍ଲକ୍ ଅଧ୍ୟକ୍ଷ ଦଳରୁ ଇସ୍ତଫା ଦେଲେ
- ଲକ୍ଷ୍ନୌରେ ମେଜର ଜେନେରାଲ ସୈୟଦ ତକି ଆବ୍ବାସ ରିଜଭୀଙ୍କ ଦେହାନ୍ତ
- ଭଦ୍ରକରେ ଭାଙ୍ଗୁଛି ବିଜେଡି ଗଡ଼, ଜଣଙ୍କ ପରେ ଜଣେ ବ୍ଲକ ଅଧ୍ୟକ୍ଷ ଦେଇ ଚାଲିଛନ୍ତି ଇସ୍ତଫା
- ତାମିଲନାଡୁ ଓ ପୁଡୁଚେରୀ ଉପକୂଳ ଆଡକୁ ଗତି କରୁଛି ବାତ୍ୟା ‘ଦିତ୍ୱାହ’
- ପୁଣି ଆତ୍ମସମର୍ପଣ କଲେ ଆଉ ୧୫ ମାଓବାଦୀ
- ବିଧାନସଭା ଶୀତ ଅଧିବେଶନର ତୃତୀୟ ଦିବସ: ମନ୍ଦିର ଅନୁଦାନ ବୃଦ୍ଧି ସହ ଅଙ୍ଗନବାଡ଼ି ଗୃହ ପ୍ରସଙ୍ଗରେ ଆଲୋଚନା
- ବିଧାନସଭାରେ ବଙ୍ଗାଳି କଟାକ୍ଷ: ‘ଓଡ଼ିଆ ଅସ୍ମିତା’ ପ୍ରଶ୍ନ ଘେରରେ ଗୃହ
- ଆଜି ବିଧାନସଭା ଶୀତ ଅଧିବେଶନର ତୃତୀୟ ଦିନ
- ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୧୭ ହଜାର ୪୪୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
Prev Post