ପହିଲାରୁ ଗାଡ଼ି ଚାଳକ ମାନଙ୍କୁ ଲାଗିବ ଶକ୍ତ ଝଟକା । ଯାତାୟତ ପାଇଁ ବୃଦ୍ଧି ପାଇବ ଟୋଲ ଟାକ୍ସ । ଏଣିକି ଏକ୍ସପ୍ରେସ-ୱେରେ ଯିବା ଆସିବା ହୋଇଯିବ ଆହୁରି ମହଙ୍ଗା । ଆସନ୍ତାକାଲି ବର୍ଷର ଦଶମ ମାସ ଆରମ୍ଭ ହେବାକୁ ଯାଉଛି । ନୂଆ ମାସ ସହିତ ଟୋଲ ଟାକ୍ସର ନୂଆ ମୂଲ୍ୟ ମଧ୍ୟ ଆରମ୍ଭ ହେବ । ଟୋଲ ଟାକ୍ସ ମୂଲ୍ୟରେ ପ୍ରାୟ ୧୨ ପ୍ରତିଶତ ବୃଦ୍ଧି କରାଯିବ ବୋଲି ଜାଣିବାକୁ ମିଳିଛି । ଗତ ୩ ବର୍ଷରେ ପ୍ରଥମ ଥର ପାଇଁ ଏହି ଟୋଲ ଟାକ୍ସ ବୃଦ୍ଧି ହୋଇଛି ।ତେବେ ଅକ୍ଟୋବର ପହିଲାରୁ ବର୍ଦ୍ଧିତ ଟୋଲ ଟାକ୍ସ କେବଳ ଯମୁନା ଏକ୍ସପ୍ରେସ-ୱେରେ ଲାଗୁ ହେବ । ଅର୍ଥାତ୍ ଯମୁନା ଏକ୍ସପେସ-ୱେରେ ଯାତାୟତ କରିବା ଏବେ ମହଙ୍ଗା ହେବାକୁ ଯାଉଛି । ଏ ନେଇ ଯମୁନା ଏକ୍ସପ୍ରେସ-ୱେ ଶିଳ୍ପ ବିକାଶ ପ୍ରାଧିକରଣ(YEIDA) ସୂଚନା ଦେଇଛି । ଅକ୍ଟୋବର ୧ ତାରିଖରୁ ଏହି ପଥରେ ୧୨% ଅଧିକ ଟୋଲ ଦେବେ ଯାତ୍ରୀ । ୟୀଡ଼ାର ସିଇଓ ଡା. ଅରୁଣ ବୀର ସିଂହ କହିଛନ୍ତି ଯେ, ଟୋଲ ଅପରେଟର ଜେପି ଇନଫ୍ରାଟେକ୍ ଲିମିଟେଡ ୨୦୨୧-୨୨ରୁ ଯମୁନା ଏକ୍ସପ୍ରେସ-ୱରେ ଟୋଲ ଦର ବୃଦ୍ଧି କରିବାକୁ ଅନୁରୋଧ କରୁଛନ୍ତି । କିନ୍ତୁ ଜନତାଙ୍କ ଫାଇଦା ପାଇଁ ୩ ବର୍ଷରୁ ଏହି ଟୋଲ ଟାକ୍ସ ବୃଦ୍ଧି କରାଯାଇନାହିଁ । ଏହାପରେ ୟୀଡ଼ା ପକ୍ଷରୁ କୁହାଯାଇଛି ଯେ, ୩ ବର୍ଷରୁ ଟୋଲ ଟାକ୍ସ ବୃଦ୍ଧି ହୋଇନାହିଁ । ତେଣୁ ଯମୁନା ଏକ୍ସପେସ-ୱେରେ ଯାତ୍ରୀଙ୍କ ଟୋଲ ଟାକ୍ସ ପାଇଁ ୧୨% ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ ।
Trending
- ଆସନ୍ତାକାଲି ସମ୍ବଲପୁରରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର
- ଈଶାନଙ୍କ ପ୍ରେମରେ ଆଲିଆଙ୍କ ବଡ଼ ଭଉଣୀ
- ଶୁଭମନ ଗିଲଙ୍କ ଉପରେ ଲାଗିଲା ଜୋରିମାନା
- ମହାନଦୀର ଗଭୀର ଜଳ ରାଶି ଭିତରେ ଚେସ ଖେଳିଲେ ସୂର୍ଯ୍ୟବଂଶୀ ସୂରଜ
- ବିବାହ ବନ୍ଧନରେ ବାନ୍ଧି ହେଲେ କେଜ୍ରିଓ୍ବାଲଙ୍କ ଝିଅ ହର୍ଷିତା
- ପୁରୀ ଚନ୍ଦନା ଯାତ୍ରାରେ ବାଣରେ ଲାଗିଲା ରୋକ
- ଆଜି ଓଡିଶା ଆସିବେ ପି.କେ. ମିଶ୍ର
- ସ୍ମାର୍ଟ ସିଟି ଓ ଟ୍ଵିନ୍ ସିଟିରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା
- ନରେନ୍ଦ୍ର ମୋଦୀଙ୍କୁ ଭେଟି ୱାକଫ ସଂଶୋଧନ ଆଇନ ପାଇଁ ଧନ୍ୟବାଦ ଜଣାଇଛନ୍ତି ଦାଉଦୀ ବୋହରା ସମ୍ପ୍ରଦାୟର ଲୋକମାନେ
- କେନ୍ଦ୍ର ସରକାରଙ୍କ ଉଦ୍ୟମରେ ଆଜି ଓଡ଼ିଶାକୁ ୪୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ବର ପ୍ରକଳ୍ପ ଭେଟି ମିଳିଛି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ