ଦେଶର ସବୁଠାରୁ ଲୋକପ୍ରିୟ ଟେଲିକମ୍ କମ୍ପାନୀମାନଙ୍କ ମଧ୍ୟରୁ ଏୟାରଟେଲ୍ ଅନ୍ୟତମ । ଏୟାରଟେଲ ନିଜ ଗ୍ରାହକଙ୍କ ପାଇଁ ଅନେକ ପ୍ରିପେଡ୍ ପ୍ଲାନ୍ ଦେଇଥାଏ । ଯଦି ଆପଣ ଜଣେ ଏୟାରଟେଲ୍ ୟୁଜର ତେବେ ଆପଣଙ୍କ ପାଇଁ ଆସିଛି ଏକ ଖୁସି ଖବର । କମ୍ପାନୀ ନିଜର ପୋର୍ଟଫୋଲିଓରେ ୩ଟି ନୂଆ ପ୍ରିପେଡ଼ ପ୍ଲାନ୍ ଯୋଡ଼ିଛି । ନୂଆ ପ୍ରିପେଡ ପ୍ଲାନ୍ ସେହି ୟୁଜରମାନଙ୍କ ପାଇଁ ଲାଭଦାୟକ ଯେଉଁମାନେ ଇଣ୍ଟରନେଟ ଅଧିକ ବ୍ୟବହାର କରନ୍ତି ନାହିଁ । ନୂଆ ପ୍ଲାନରେ ୟୁଜରମାନେ ପ୍ରତିଦିନ ୧ GB କିମ୍ବା ୧.୫ GB ହାଇ ସ୍ପିଡ୍ ଡାଟା ପାଇବେ । ଆସନ୍ତୁ ଜାଣିବା ଏହି ନୂଆ ପ୍ଲାନର ଡିଟେଲସ …
ଏୟାରଟେଲର ୨୦୯ ଟଙ୍କା ପ୍ଲାନ୍ :-ଏୟାରଟେଲ ନିଜ ଗ୍ରାହକଙ୍କ ପାଇଁ ୨୦୯ ଟଙ୍କା ପ୍ଲାନ୍ ଆରମ୍ଭ କରିଛି । ଏହି ନୂଆ ପ୍ଲାନର ବୈଧତା ମାତ୍ର ୨୧ ଦିନ ଅଟେ । ନୂଆ ପ୍ଲାନରେ ଗ୍ରାହକମାନେ ପ୍ରତିଦିନ ୧GB ହାଇ ସ୍ପିଡ୍ ଡାଟା ସହିତ ଅନଲିମିଟେଡ ଭଏସ କଲିଂ ପାଇପାରିବେ । ଏହି ପ୍ଲାନରେ ଆପଣ ୧୦୦ଟି SMS ପଠାଇ ପାରିବେ ।ଏୟାରଟେଲର ୨୩୯ ପ୍ଲାନ୍ :-ବର୍ତ୍ତମାନ ଏୟାରଟେଲ ୨୩୯ ଟଙ୍କାର ପ୍ଲାନ ଆରମ୍ଭ କରିଛି । ଏହି ପ୍ଲାନର ବୈଧତା ୨୮ ଦିନ ଅଟେ । ନୂଆ ପ୍ଲାନରେ ଗ୍ରାହକମାନେ ପ୍ରତିଦିନ ୧.୫ GB ହାଇ ସ୍ପିଡ୍ ଡାଟା ସହିତ ଅନଲିମିଟେଡ ଭଏସ୍ କଲିଂ ପାଇପାରିବେ ।ଏୟାରଟେଲର ୨୬୫ ଟଙ୍କା ପ୍ଲାନ୍ :-ଗ୍ରାହକଙ୍କୁ ଧ୍ୟାନରେ ରଖି ଏୟାରଟେଲ ୨୬୫ ଟଙ୍କାର ପ୍ଲାନ୍ ଆରମ୍ଭ କରିଛି । ଏହି ପ୍ଲାନର ବୈଧତା ୩୦ ଦିନ ପର୍ଯ୍ୟନ୍ତ ଅଟେ । ନୂଆ ପ୍ଲାନରେ ଗ୍ରାହକମାନେ ପ୍ରତିଦିନ ୧.୫ GB ହାଇ ସ୍ପିଡ୍ ଡାଟା ସହିତ ଅନଲିମିଟେଡ ଭଏସ୍ କଲିଂ ପାଇ ପାରିବେ ।