ଏହି ସାମଗ୍ରୀକୁ ଖୋଲା ବିକିଲେ ଲାଗିବନି ଜିଏସଟି

ବିରୋଧୀମାନେ ଲୋକଙ୍କୁ ବିଭ୍ରାନ୍ତି କରୁଛନ୍ତି । ଦୋକାନରେ ବିକ୍ରି କରାଯାଉଥିବା ସ୍ଥାନୀୟ ସାମଗ୍ରୀ ଯାହା ପ୍ୟାକେଟ ନହୋଇ ବିକ୍ରି କରାଯାଉଛି ସେଥିରେ ଜିଏସଟି ଲାଗୁ ହେବନାହିଁ । ଯେଉଁଥିରେ ଲେବଲିଂ ହୋଇଛି ପ୍ୟକେଟିଂ ହୋଇଛି ତାହାକୁ କେବଳ ଜିଏସଟି ଲାଗିପାରିବ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ଟୁଇଟ୍ ସେୟାର କରିଛନ୍ତି

। ଏହି ଟୁଇଟରେ ସେ ଏକ ଲିଷ୍ଟ ସେୟାର କରିବା ସହିତ ୧୪ଟି ଖାଦ୍ୟ ସାମଗ୍ରୀକୁ ଯଦି ଖୋଲାରେ ବିକ୍ରି କରାଯାଏ, ତେବେ ଏହା ଉପରେ କୌଣସି ଜିଏସଟି ଲାଗୁ ହେବନାହିଁ ବୋଲି ସୂଚନା ଦେଇଛନ୍ତି ।ଦେଶରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଉପରେ ଜିଏସଟି ଲାଗିବା ନେଇ ରାଜନୀତି ତେଜିବାରେ ଲାଗିଛି ।ଏହି ଲିଷ୍ଟରେ ଡାଲି, ଗହମ, ବାଜରା, ଚାଉଳ, ସୁଜି, ଦହି, ଲସି ଭଳି ଅତ୍ୟାବଶ୍ୟକ ସାମଗ୍ରୀ ରହିଛି । ଯାହାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ସେୟାର କରି କହିଛନ୍ତି ଯେ, ଏହି ସବୁ ସାମଗ୍ରୀକୁ ଯଦି ଖୋଲାରେ ବିକ୍ରି କରାଯାଏ, ତେବେ ଏହା ଉପରେ କୌଣସି ପ୍ରକାର ଜିଏସଟି ଶୁଳ୍କ ଲାଗିବ ନାହିଁ ।