FD ବ୍ୟାଙ୍କର ବଡ଼ ଘୋଷଣା

୮ ପ୍ରତିଶତରୁ ଅଧିକ ସୁଧ

ସାଧାରଣ ଭାବେ ଲୋକମାନେ ଷ୍ଟକ ମାର୍କେଟ, ମ୍ୟୁଚୁଆଲ ଫଣ୍ଡ, ବ୍ୟାଙ୍କ ସ୍ଥାୟୀ ଜମା (ଏଫଡି) ଓ ରିକରିଂ ଡିପୋଜିଟ, ପୋଷ୍ଟାଲ ଏଫଡି, ଭାରତୀୟ ଜୀବନ ବୀମା (ଏଲଆଇସି) ଆଦି ବିଭିନ୍ନ ସ୍କିମରେ ନିବେଶ କରିଥାନ୍ତି ।ତେବେ ଅନେକ ଲୋକ ଏଫଡିକୁ ନିବେଶର ଏକ ବଢ଼ିଆ ବିକଳ୍ପ ଭାବେ ଗ୍ରହଣ କରିଥାନ୍ତି । ତେବେ ଯଦି ଆପଣମାନେ ଏଫଡିରେ ନିବେଶ କରିବାକୁ ଇଚ୍ଛୁକ ତେବେ ଆପଣଙ୍କ ପାଇଁ ଆସିଛି ଏକ ବଢ଼ିଆ ସୁଯୋଗ । କିଛି ବ୍ୟାଙ୍କ କିଛି ଅବଧି ପାଇଁ ଏଫଡି ଉପରେ ୯ ପ୍ରତିଶତରୁ ଅଧିକ ସୁଧ ପ୍ରଦାନ କରିଥାନ୍ତି । ତେବେ ୬ଟି ବ୍ୟାଙ୍କରେ ଆପଣମାନେ ଏଫଡିରେ ନିବେଶ କରି ୮ ପ୍ରତିଶତରୁ ଅଧିକ ସୁଧ ପାଇ ପାରିବେ ।୧- ଉଜ୍ଜୀବନ ସ୍ମଲ ଫାଇନାନ୍ସ ବ୍ୟାଙ୍କ ପକ୍ଷରୁ ଏକ ବର୍ଷିଆ ଏଫଡି ଉପରେ ୮.୨୫ ପ୍ରତିଶତ ସୁଧ ମିଳୁଛି । ଏହା ଯେ କୌଣସି ବ୍ୟାଙ୍କ ତରଫରୁ ପ୍ରଦାନ କରାଯାଉଥିବା ସର୍ବାଧିକ ସୁଧ ହାର ।