ବଜାରକୁ ଆସିଲା ପିକ୍ସେଲ ୯ ସିରିଜର

ଗୁଗଲ ପକ୍ଷରୁ ପିକ୍ସେଲ ୯, ପିକ୍ସେଲ ୯ ପ୍ରୋ, ପିକେସଲ ୯ ପ୍ରୋ ଏକ୍ସଏଲ ବିଶ୍ୱସ୍ତରରେ ଲଞ୍ଚ କରାଯାଇଛି । ଏଥିସହିତ ଗୁଗଲ ପିକ୍ସେଲ ୯ ପ୍ରୋ ଫୋଲ୍ଡ ମଧ୍ୟ ଲଞ୍ଚ କରିଛି । ପିକ୍ସେଲ ୯ ସ୍ମାର୍ଟଫୋନର ମୂଲ୍ୟ ୭୯,୯୯୯ ଟଙ୍କାରୁ ଆରମ୍ଭ ହେଉଥିବା ବେଳେ ପିକ୍ସେଲ ୯ ପ୍ରୋ’ର ମୂଲ୍ୟ ୧,୦୯,୯୯୯ ଟଙ୍କା ରହିଛି । ଟପ-ଏଣ୍ଡ ଭାରିଆଣ୍ଟ ପିକ୍ସେଲ ୯ ପ୍ରୋ ଏକ୍ସଏଲ’ର ଦାମ୍ ୧,୨୪,୯୯୯ ଟଙ୍କା ରହିଛି । ଏହି ପିକ୍ସେଲ ସିରିଜର ଫିଚରରେ ଏକ କଳା ରଙ୍ଗର ଗ୍ଲାସ ଓ ଧାତୁର ଫ୍ରେମ ରହିଛି । ଏଥିସହିତ ୱିଣ୍ଡ ଗ୍ରୀନ ଓ ପିଅନି ପରି ଏକ ନୂଆ କଲର ରହିଛି । ଏଥିସହିତ କ୍ଲାସିକ ଶେଡସ୍ ମଧ୍ୟ ରହିଛି । ଏଥିରେ ଡୁଆଲ କ୍ୟାମେରା ବ୍ୟବସ୍ଥା କରାଯାଇଛି ।ଏହି ସବୁ ସ୍ମାର୍ଟଫୋନ୍ସ ଟେନ୍ସର ଜି୪ ପ୍ରୋସେସର ସହିତ ଲଞ୍ଚ ହୋଇଥିବା ବେଳେ ସେଥିରେ ୧୬ ଜିବି ପର୍ଯ୍ୟନ୍ତ ରାମ ସୁବିଧା ମିଳୁଛି । ପିକ୍ସେଲ ୯ ସିରିଜ ସ୍ମାର୍ଟଫୋନରେ ପିକ୍ସେଲ ଷ୍ଟୁଡିଓ ମିଳିବ, ଯାହାର ସହଯୋଗରେ ୟୁଜର୍ସ ଅତି ସହଜରେ ଅନେକ ଫଟୋ କ୍ରିଏଟ କରିପାରିବେ । ଏଥିପାଇଁ ୟୁଜର୍ସଙ୍କୁ କେବଳ ପ୍ରମ୍ପଟ ଦେବାକୁ ପଡ଼ିବ । ସେହିପରି କମ୍ପାନୀ ଲଞ୍ଚ କରିଥିବା ପିକ୍ସେଲ ୯ ପ୍ରୋ ଫୋଲ୍ଡ ପୂର୍ବ ଭର୍ସନ ଅପେକ୍ଷା ଅଧିକ କ୍ଷମତାଶାଳୀ ଓ ଦମଦାର ରହିବ । ସେଥିରେ ଗ୍ରାହକଙ୍କୁ ଏଆଇ ସହ ଜଡ଼ିତ ଅନେକ ଫିଚର୍ସ ମିଳିବ । କମ୍ପାନୀ ଧୀରେଧୀରେ