ପହିଲାରୁ ଗାଡ଼ି ଚାଳକ ମାନଙ୍କୁ ଲାଗିବ ଶକ୍ତ ଝଟକା । ଯାତାୟତ ପାଇଁ ବୃଦ୍ଧି ପାଇବ ଟୋଲ ଟାକ୍ସ । ଏଣିକି ଏକ୍ସପ୍ରେସ-ୱେରେ ଯିବା ଆସିବା ହୋଇଯିବ ଆହୁରି ମହଙ୍ଗା । ଆସନ୍ତାକାଲି ବର୍ଷର ଦଶମ ମାସ ଆରମ୍ଭ ହେବାକୁ ଯାଉଛି । ନୂଆ ମାସ ସହିତ ଟୋଲ ଟାକ୍ସର ନୂଆ ମୂଲ୍ୟ ମଧ୍ୟ ଆରମ୍ଭ ହେବ । ଟୋଲ ଟାକ୍ସ ମୂଲ୍ୟରେ ପ୍ରାୟ ୧୨ ପ୍ରତିଶତ ବୃଦ୍ଧି କରାଯିବ ବୋଲି ଜାଣିବାକୁ ମିଳିଛି । ଗତ ୩ ବର୍ଷରେ ପ୍ରଥମ ଥର ପାଇଁ ଏହି ଟୋଲ ଟାକ୍ସ ବୃଦ୍ଧି ହୋଇଛି ।ତେବେ ଅକ୍ଟୋବର ପହିଲାରୁ ବର୍ଦ୍ଧିତ ଟୋଲ ଟାକ୍ସ କେବଳ ଯମୁନା ଏକ୍ସପ୍ରେସ-ୱେରେ ଲାଗୁ ହେବ । ଅର୍ଥାତ୍ ଯମୁନା ଏକ୍ସପେସ-ୱେରେ ଯାତାୟତ କରିବା ଏବେ ମହଙ୍ଗା ହେବାକୁ ଯାଉଛି । ଏ ନେଇ ଯମୁନା ଏକ୍ସପ୍ରେସ-ୱେ ଶିଳ୍ପ ବିକାଶ ପ୍ରାଧିକରଣ(YEIDA) ସୂଚନା ଦେଇଛି । ଅକ୍ଟୋବର ୧ ତାରିଖରୁ ଏହି ପଥରେ ୧୨% ଅଧିକ ଟୋଲ ଦେବେ ଯାତ୍ରୀ । ୟୀଡ଼ାର ସିଇଓ ଡା. ଅରୁଣ ବୀର ସିଂହ କହିଛନ୍ତି ଯେ, ଟୋଲ ଅପରେଟର ଜେପି ଇନଫ୍ରାଟେକ୍ ଲିମିଟେଡ ୨୦୨୧-୨୨ରୁ ଯମୁନା ଏକ୍ସପ୍ରେସ-ୱରେ ଟୋଲ ଦର ବୃଦ୍ଧି କରିବାକୁ ଅନୁରୋଧ କରୁଛନ୍ତି । କିନ୍ତୁ ଜନତାଙ୍କ ଫାଇଦା ପାଇଁ ୩ ବର୍ଷରୁ ଏହି ଟୋଲ ଟାକ୍ସ ବୃଦ୍ଧି କରାଯାଇନାହିଁ । ଏହାପରେ ୟୀଡ଼ା ପକ୍ଷରୁ କୁହାଯାଇଛି ଯେ, ୩ ବର୍ଷରୁ ଟୋଲ ଟାକ୍ସ ବୃଦ୍ଧି ହୋଇନାହିଁ । ତେଣୁ ଯମୁନା ଏକ୍ସପେସ-ୱେରେ ଯାତ୍ରୀଙ୍କ ଟୋଲ ଟାକ୍ସ ପାଇଁ ୧୨% ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ ।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ