ଇଭିକୁ ପଛରେ ପକାଇଦେବ “ହାଇବ୍ରିଡ୍ କାର୍ “
ଇଲେକ୍ଟ୍ରିକ୍ ଯାନ (ଇଭି)ର ଏକ ପ୍ରତିଦ୍ବନ୍ଦ୍ବୀ ଭାବେ ଉଭା ହୋଇଛି ହାଇବ୍ରିଡ୍ ଗାଡ଼ି। ଦେଶରେ ହାଇବ୍ରିଡ୍ ଗାଡ଼ି ବିକ୍ରି ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଅଧିକ ମାଇଲେଜ୍, କମ୍ ପରିଚାଳନା ଖର୍ଚ୍ଚ ଓ ପ୍ରଦୂଷଣ ହ୍ରାସ କରିବାରେ ହାଇବ୍ରିଡ୍ ଗାଡ଼ି ସହାୟକ ହେଉଥିବାରୁ ତାହାକୁ ଗ୍ରାହକମାନେ ଅଧିକ ପସନ୍ଦ କରୁଥିବା ବିଶେଷଜ୍ଞମାନେ କହିଛନ୍ତି। ହାଇବ୍ରିଡ୍ କାର୍ ଓ ଏସ୍ୟୁଭି ବିକ୍ରି ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ଇଭି ସହିତ ଏହାର ରହିଥିବା ଅନ୍ତର ଦୂର ହେବାରେ ଲାଗିଛି। ଜାଟୋ ଡାଇନାମିକ୍ସର ଏକ ରିପୋର୍ଟ ଅନୁସାରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ୨୨,୩୮୯ ହାଇବ୍ରିଡ୍ ଗାଡ଼ି ଏବଂ ୨୭,୨୪୨ ଇଭି ବିକ୍ରି ହୋଇଥିବା ଆଶା କରାଯାଉଛି।