ଡ୍ରମ ପାଲଟିଲା ୱାଶିଂ ମେସିନ

ଡ୍ରମ ପାଲଟିଲା ୱାଶିଂ ମେସିନ

ମେଟ୍ରୋ ଟିଭି ଓଡିଶା,୯/୧: ଆଗରୁ ପେଷାକ ପତ୍ରକୁ ହାତରେ ଧୋଇ ସଫା କରାଯାଉଥିଲା କିନ୍ତୁ ଏବେ ଟେକ୍ନୋଲୋଜିର ଉପଯୋଗ କରି ବିଭିନ୍ନ ମେସିନ୍ ନିର୍ମାଣ କରୁଛନ୍ତ । ଯାହା ସାଧାରଣ ଜୀବନ ଝାପନ ଶୈଳରେ ସୁବିଧା ସୁଯୋଗ ଯୋଗାଉଛି । ଆଜିର ବୈଜ୍ଞାନିକ ଯୁଗରେ ସବୁ ଉନ୍ନତ ମେସିନ ତିଆରି ହେଉଛି ଓ ଏହାର ମୂଲ୍ୟ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ରହୁଛି । ଏହାର ମୂଲ୍ୟ ଏତେ ଯାହାକୁ ସାଧାରଣ ଲୋକ ଉପଭୋଗ କରିପାରୁନାହାନ୍ତି । କିନ୍ତୁ ବର୍ତ୍ତମାନ ତିଆରି ହୋଇଛି ଜୁଗାଡୁ ୱାଶିଂ ମେସିନ । ଯାହା ଘରେ ବ୍ୟବହୃତ ଡ୍ରମ ସାହାର୍ଯ୍ୟରେ ତିଆରି କରାଯାଇଛି । ଏହି ପରି ଏକ ଜୁଗାଡୁ ୱାଶିଂ ମେସିନର ଭିଡିଓ ଭାଇରାଲ ହେଉଛି । ଯାହାକୁ ଦେଖିବାପରେ ଲୋକଙ୍କ ବୁଦ୍ଧି ଆଗରେ ଫିକା ପଡିବ ଇଞ୍ଜିନୟରଙ୍କ ବୁଦ୍ଧି ।

YouTube player
sources-eletrical channel

ଏହି ଭିଡ଼ିଓରେ ଦେଖାଯାଉଛି କି କିଭଳି ଭାବେ ଜଣେ ବ୍ୟକ୍ତି ଏକ ଡ୍ରମକୁ ଓ୍ବାଶିଂ ମେସିନରେ ପରିଣତ କରିଛନ୍ତି । ସୋସିଆଲ ମିଡ଼ିଆରେ ଏହି ଯୋଗାଡ଼ିଆ ଓ୍ବାଶିଂ ମେସିନର ଭିଡ଼ିଓ ଖୁବ୍ ଭାଇରାଲ ହେବାରେ ଲାଗିଛି ଏବଂ ଲୋକମାନେ ବି ଏହାକୁ ବହୁତ ପସନ୍ଦ କରିବାରେ ଲାଗିଛନ୍ତି ।ଏହି ନୀଳ ରଙ୍ଗର ଡ୍ରମ୍ ରେ ପାଣି ଭର୍ତ୍ତି କରି ବ୍ୟବହାର ପାଇଁ ରଖାଯାଏ। ତେବେ ବ୍ୟକ୍ତି ଜଣକ ନିଜର ବୁଦ୍ଧି ବଳରେ ଏକ ୱାଶିଂ ମେସିନ୍ ତିଆରି କରିଥିଲେ।ମାତ୍ର ବ୍ୟକ୍ତି ଜଣଙ୍କ ଏହାକୁ ଓ୍ବାଶିଂ ମେଶିନ କରିଦେଇଛନ୍ତି । ବ୍ୟକ୍ତି ଜଣଙ୍କ ଡ୍ରମରେ ପାଇପ୍ ଏବଂ ଇଲେକ୍ଟ୍ରିକ୍ ମୋଟରର ବ୍ୟବହାର କରି ଦେଶୀ ଓ୍ବାଶିଂମେଶିନ ପ୍ରସ୍ତୁତ କରିଛନ୍ତି । ଇନଷ୍ଟାଗ୍ରାମରେ ଏହି ଭିଡ଼ିଓକୁ ଗ୍ଧଷର.ଲଙ୍କଦ୍ଭଦ୍ଭଚ୍ଚ.ଙ୍କଗ୍ଦ ନାମକ ପେଜରେ ସେୟାର କରାଯାଇଛି। ଏବେ ପର‌୍ୟ୍ୟନ୍ତ ୫୪ହଜାରରୁ ଅଧିକ ଲୋକ ଏହି ଭିଡ଼ିଓକୁ ଦେଖି ସାରିଛନ୍ତି ।