କାହିଁକି ! ମଦ ପିଇବା ଆଗରୁ କରନ୍ତି ଚିୟର୍ସ ?
ସାଧାରଣ କଥା ହେଲା ଏକାଠି ବସି ମଦ ପିଉଥିବା କ୍ୟକ୍ତି ପରସ୍ସରର ଗ୍ଲାସକୁ ଗ୍ଲାସ୍ ସହ ଲଗାଇ ଚିୟର୍ସ କୁହନ୍ତି। ତେବେ ଆପଣ ଜାଣନ୍ତି କି କାହିଁକି ଏପରି କରନ୍ତି ସେମାନେ। ତେବେ ଆସନ୍ତୁ ଜାଣିବା କଣ ରହିଛି ଏହା ପଛର କାରଣ?
ଇଣ୍ଟରନେଟ୍ ର କିଛି ତଥ୍ୟକୁ ଅନୁଧ୍ୟାନ କଲେ ସେଥିରୁ ଜଣାପଡ଼େ କି ଏହାର ଅର୍ଥ ନିଜେ ନିଜକୁ ସେହି ମଦ ପାର୍ଟିରେ ସାମିଲ କରିବା। ଅନେକ ଦେଶରେ ଏହାକୁ ନାକାରାତ୍ମକ ଶକ୍ତି/ ଭୂତ-ପ୍ରେତ ଠାରୁ ଦୂରରେ ରଖିବାକୁ କରାଯାଏ। ଚିୟର୍ସ ଗୋଟିଏ ପୁରୁଣା ଫ୍ରେଞ୍ଚ୍ ଶବ୍ଦ ଯାହାର ଅର୍ଥ ମୁଣ୍ଡ। ପ୍ରଥମେ ଚିୟର୍ସକୁ ଖୁସି ଓ ଆବେଗକୁ ପ୍ରକାଶ କରିବାକୁ କୁହାଯାଉଥିଲା। କୁହାଯାଏ କି ଯେତେବେଳେ ଜଣେ ବ୍ୟକ୍ତି ମଦ୍ୟପାନ କରିଥାଏ ସେତେବେଳେ ପଞ୍ଚ ଇନ୍ଦ୍ରିୟରୁ ଚାରୋଟି ଇନ୍ଦ୍ରିୟ ସକ୍ରିୟ ହୋଇଥାନ୍ତି। ସେଥିଲାଗି ଗ୍ଲାସ୍ ଗ୍ଲାସ ସହ ଧକା ଦେଲେ ଶ୍ରବଣ ଇନ୍ଦ୍ରିୟ ସକ୍ରିୟ ହୋଇଥାଏ। ସେଥିପାଇଁ ଏପରି କରାଯାଉଥିବା ମଧ୍ୟ କିଛି ତଥ୍ୟରୁ ଜଣାପଡ଼ିଛି।