ସକାଳୁ ସକାଳୁ ପଥୋତ୍ସବର ମଜା ନେଉଛନ୍ତି ରାଜଧାନୀ ବାସିନ୍ଦା

ଭୁବନେଶ୍ବର: ରବିବାର ଶୀତୁଆ ସକାଳ । ରାଜଧାନୀରେ ମନୋରଞ୍ଜନର ମାହୋଲ । ରାସ୍ତାରେ ଜମିଛି ପଥୋତ୍ସବର । ଛୁଟି ଦିନରେ ଝୁମୁଛନ୍ତି ରାଜଧାନୀବାସୀ । ସ୍ମାର୍ଟସିଟି ରାସ୍ତାରେ ଚାଲିଛି ଧୁମ ମସ୍ତି । ଏଥରର ପଥୋତ୍ସବ ଏକାମ୍ର ନିର୍ବାଚନ ମଣ୍ଡଳୀର ରଥ ରୋଡ୍‌ରେ ହେଉଛି ।ସକାଳୁ ସକାଳୁ ପଥୋତ୍ସବର ମଜା ନେଉଛନ୍ତି ରାଜଧାନୀ ବାସିନ୍ଦା । ରାସ୍ତା ଉପରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । କିଏ ଝୋଟି ପକାଉଛି ଆଉ କିଏ ନାଚୁଛି । ପୁଣି ଆଉ କିଏ ଖେଳି ବୁଲି ମଜା କରୁଛି ।